ଟି-୨୦ ମହିଳା ବିଶ୍ୱକପରେ ଦ୍ବିତୀୟ ଥର ପାଇଁ ଭାରତର ବାଜିମାତ, ୧୮ ରନରେ ହରାଇଲା ବାଂଲାଦେଶକୁ

କେନ୍ୟୁଜ୍(ବ୍ୟୁରୋ):  ଲଗାତାର ଦ୍ୱିତୀୟ ଥର ପାଇଁ ମହିଳା ଟି୨୦  ବିଶ୍ୱକପରେ ଭାରତ ବିଜୟ ହାସଲ କରିଛି। କ୍ୟାପଟେନ ହରମନପ୍ରିତ କୌରଙ୍କ ନେତୃତ୍ୱରେ ଦଳ ଅଷ୍ଟ୍ରେଲିଆକୁ ୧୭ ରନରେ ପରାଜିତ କରିବା ପରେ ବାଂଲାଦେଶକୁ ୧୮ ରନରେ ହରାଇଛି। ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ପରେ  ଦଳ ନିର୍ଧାରିତ ୨୦ ଓଭରରେ ୬ ଓ୍ୱିକେଟ ହରାଇ ୧୪୨ ରନ ସ୍କୋର କରିଥିଲା। ଭାରତ ପକ୍ଷରୁ ଶେଫାଳୀ ବର୍ମା ୧୭ ବଲରେ  ୩୯ ରନ କରିଥିଲେ।

indian women cricket teamସେହିପରି ଜେମିମା ରୋଡିଗ୍ରସ ୩୪ ରନ କରିଥିବା ବେଳେ ବେଦା କ୍ରିଷ୍ଣାମୂର୍ତ୍ତି ୨୦ ଓ ରିଚା ଘୋଷ ୧୪ ରନ କରିଥିଲେ। ବାଂଲାଦେଶୀ ବୋଲର ସଲମା ଖାତୁନ ଓ ପାନ୍ନା ଘୋଷ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ। ୧୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ଦଳ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୨୪ ରନ ହିଁ କରିପାରି ଥିଲା। ଯାହାଫଳରେ ବିଜୟ ଠାରୁ ୧୮ ରନ ପଛରେ ରହିଯାଇଥିଲା। ଭାରତ ପକ୍ଷରୁ ପୁନମ ଯାଦବ ସର୍ବାଧିକ ୩ଟି ଓ୍ୱିକେଟ ନେଇଥିଲେ। ଦଳ ଆସନ୍ତା ମ୍ୟାଚ ଫେବ୍ରୁଆରୀ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।