ବିଶ୍ବକପରେ ହ୍ୟାଟ୍ରିକ : ଇଂଲଣ୍ଡର ସର୍ବବୃହତ ବିଜୟ ହାସଲ

ନୂଆଦିଲ୍ଲୀ : ବିଶ୍ୱକପ୍ ଫୁଟ୍‌ବଲରେ ଆଉ ଏକ ହ୍ୟାଟ୍ରିକ କରି ଇଂଲଣ୍ଡ ଅଧିନାୟକ ହ୍ୟାରି କେନ ପାନାମା ବିରୋଧରେ ତିନିଟି ଗୋଲ କରିଛନ୍ତି । ସେଥିରୁ ଦୁଇଟି ଗୋଲ ପେନାଲ୍ଟି କିକ୍‌ରୁ ଆସିଥିଲା। କାନେଙ୍କ ହ୍ୟାଟ୍ରିକ ସହ ଇଂଲଣ୍ଡ ବୃହତ ବିଜୟ ହାସଲ କରିଛି। ଗୋଲ ବ୍ୟବଧାନରେ, ବିଶ୍ୱକପ୍ ଇତିହାସରେ ଇଂଲଣ୍ଡର ଏହା ସର୍ବବୃହତ୍ତ ବିଜୟ। ପାନାମାକୁ ୬-୧ ଗୋଲରେ ହରାଇଛି ଦଳ। ଏହାସହ ଦ୍ୱିତୀୟ ରାଉଣ୍ଡରେ ନିଜ ସ୍ଥାନ ପକ୍କା କରିଛି ଇଂଲଣ୍ଡ।

ପ୍ରଥମ ମ୍ୟାଚରେ ଇଂଲଣ୍ଡ ଟ୍ୟୁନେସିଆକୁ ୨-୧ ଗୋଲରେ ହରାଇଥିଲା। ସେହି ମ୍ୟାଚରେ ମଧ୍ୟ ହ୍ୟାରୀ କାନେ ଏକାକୀ ଦୁଇଟି ଗୋଲ କରିଥିଲେ। ଏହି ହ୍ୟାଟ୍ରିକ ପରେ, ବର୍ତ୍ତମାନ ସୁଦ୍ଧା ବିଶ୍ୱ କପ୍‌ରେ ସର୍ବାଧିକ ଗୋଲ କରିଛନ୍ତି କାନେ । ଗୋଲ କରିବାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ପର୍ତ୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲଡ଼ୋ। ସେ ମଧ୍ୟ ଗୋଟିଏ ହ୍ୟାଟ୍ରିକ ସହ ମୋଟ ୪ଟି ଗୋଲ କରିଛନ୍ତି। ସେପଟେ ଜାପାନ ଓ ସେନେଗାଲ ମଧ୍ୟରେ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି । ସେହିପରି ୩-୦ଗୋଲରେ ପୋଲାଣ୍ଡକୁ ହରାଇଛି କଲମ୍ବିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.