ଆଜିଠାରୁ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲ୍‌ ଲଢ଼େଇ

ଭୁବନେଶ୍ୱର : ଆଜିଠାରୁ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲ୍‌ ଲଢ଼େଇ । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୨ଟି ମ୍ୟାଚ୍‌ । ପ୍ରଥମ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ସ୍ପେନ୍‌ । ବିଶ୍ୱର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ନିଜ ପୁଲ୍‌ରେ ଅପରାଜେୟ ରହିଛି । ଫ୍ରାନ୍ସକୁ ୮-୦ ଓ ଦକ୍ଷିଣ ଆଫ୍ରିକାକୁ ୯-୨ ଗୋଲରେ ହରାଇଥିଲା । ଆର୍ଜେଣ୍ଟିନା ସହ ୩-୩ରେ ଡ୍ର ରଖିଥିଲା ମ୍ୟାଚ୍‌ । ସ୍ପେନ୍‌ ବିପକ୍ଷରେ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଛି ।

ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ବେଲଜିୟମ୍‌ ଓ ନ୍ୟୁଜିଲାଣ୍ଡ ଭିତରେ ଖେଳାଯିବ ଦ୍ୱିତୀୟ ମ୍ୟାଚ୍‌ । ବେଲଜିୟମ୍‌ ପୁଲ୍‌-ବିରେ ପଏଣ୍ଟ ଟପ୍ପର ହୋଇଥିଲା । ୨ଟି ବିଜୟ ଓ ଗୋଟିଏ ଡ୍ର ସହ ଦଳ ପାଇଥିଲା ୭ ପଏଣ୍ଟ । ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆକୁ ୫-୦, ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ବିପକ୍ଷରେ ଡ୍ର ରହିଥିଲା ମ୍ୟାଚ୍‌ । ତୃତୀୟ ମ୍ୟାଚ୍‌ରେ ଜାପାନକୁ ୭-୧ ଗୋଲରେ ହରାଇଥିଲା ବେଲଜିୟମ୍‌ ।

ଆସନ୍ତାକାଲି ତୃତୀୟ କ୍ୱାର୍ଟରରେ ଲଢ଼ିବେ ଇଂଲଣ୍ଡ ଓ ଜର୍ମାନୀ । କାଲି ଚତୁର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ନେଦରଲାଣ୍ଡସ୍‌ ଓ କୋରିଆ ଭିତରେ ଖେଳାଯିବ । ବିଜୟୀ ଦଳ ହାତେଇବେ ସେମି ଫାଇନାଲ୍‌ ଟିକେଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.