ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ମୁକାବିଲାରେ ବାଧକ ସାଜିଛି ବର୍ଷା, ଖରାପ ପାଗ ଯୋଗୁ ଟସ୍‌ରେ ବିଳମ୍ବ

ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ମୁକାବିଲାରେ ବର୍ଷା ସାଜିଛି ବାଧକ। ଖରାପ ପାଗ ଯୋଗୁ ଟସ୍‌ ବିଳମ୍ବ ହୋଇଛି। ନଟିଂହାମ୍‌ରେ ଏବେ ବି ବର୍ଷା ଜାରି ରହିଛି। ପିଚ୍‌କୁ ଘୋଡ଼ାଇ ରଖାଯାଇଛି। ଗତ ଦୁଇ ଦିନ ହେବ ନଟିଂହାମ୍‌ରେ ବର୍ଷା ହେଉଥିବାରୁ ଆଉଟ୍‌ ଫିଲ୍ଡ ବି ଓଦା। ଫଳରେ ଆଜିର ମ୍ୟାଚ୍‌ ଖେଳାଯିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏପର୍ଯ୍ୟନ୍ତ ବିଶ୍ୱକପରେ ଦୁଇ ଦଳ ଅପରାଜେୟ ଅଛନ୍ତି। ନ୍ୟୁଜିଲାଣ୍ଡ ୩ଟି ଓ ଭାରତ ଖେଳିଥିବା ୨ଟିଯାକ ମ୍ୟାଚ୍‌ ଜିତିଛନ୍ତି। ପଏଣ୍ଟ ତାଲିକାରେ ନ୍ୟୁଜିଲାଣ୍ଡ ଏକ ନମ୍ବର ସ୍ଥାନରେ ଥିବା ବେଳେ ଟିମ୍‌ ଇଣ୍ଡିଆ ତିନି ନମ୍ବରରେ ରହିଛି । ୧୬ ବର୍ଷ ପରେ ବିଶ୍ୱକପ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ-ନ୍ୟୁଜିଲାଣ୍ଡ। ଶେଷ ଥର ୨୦୦୩ ବିଶ୍ୱକପରେ ଦୁଇ ଦଳ ଭେଟଘାଟ ହୋଇଥିଲେ।

Leave A Reply

Your email address will not be published.