ଭାରତରେ ନିର୍ମାଣ ହେଲା ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ, ଜାଣନ୍ତୁ ଏକାଠି କେତେ ଲୋକ ବସି ଦେଖି ପାରିବେ ଖେଳ

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସବୁଠାର ବଡ କ୍ରିକେଟ୍ ଷ୍ଟାଡିୟମ ଅଷ୍ଟ୍ରେିଲିଆର ମେଲବର୍ନ କ୍ରିକେଟ୍ ଗ୍ରାଉଣ୍ଡକୁ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆର ମେଲବର୍ନ ସହରରେ ଅବସ୍ଥିତ ଏହି ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ରହିଛି ୧ ଲକ୍ଷ ୨୪। ଏହି କ୍ରିକେଟ୍ ଗ୍ରାଉଣ୍ଡରେ ଦୁଇଟି ଅଲମ୍ପିକ ଏବଂ ଦୁଇଟି କ୍ରିକେଟ୍ ଓ୍ଵାଲ୍ଡ କପ ଫାଇନାଲ ହୋଇସାରିଛି। କିନ୍ତୁ ବର୍ତ୍ତମାନ ଏହାଠାରୁ ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଗ୍ରାଉଣ୍ଡ କୁହାଯିବାର ଘୋଷଣା ହେବ। କାରଣ ଏହାଠାରୁ ବଡ କ୍ରିକେଟ୍ ଗ୍ରାଉଣ୍ଡ ଭାରତରେ ତିଆରି ହୋଇସାରିଲାଣି।

Motera-Stadium1ରିପୋର୍ଟ ଅନୁଯାୟୀ ଭାରତର ଗୁରୁରାଟ ରାଜ୍ୟର ଅହମଦାବାଦର ମୋଟେରାରେ ସରଦାର ପଟେଲ ଷ୍ଟାଡିୟମ ତିଆରି ହୋଇସାରିଛି। କିନ୍ତୁ ଏହା ନୂଆ ଷ୍ଟାଡିୟମ ନୁହେଁ। କାରଣ ଏହି ସ୍ଥାନରେ ପୂର୍ବରୁ ଷ୍ଟାଡିୟମ ରହିଥିଲା, ଯାହା ମୋଟେରା ଷ୍ଟାଡିୟମ ନାମରେ ଜଣାଶୁଣା। କିନ୍ତୁ ବର୍ତ୍ତମାନ ଏହାକୁ ଭଙ୍ଗାଯାଇ ନୂଆ କରି ତିଆରି କରାଯାଇଛି ଏବଂ ଏଠାରେ ମେଲବର୍ନ ଗ୍ରାଉଣ୍ଡ ଅପେକ୍ଷା ଅଧିକ ସିଟ୍ ରହିଛି। ଏହିକାରଣରୁ ବହୁତ ଜଲଦି ଦେଶର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ କୁହାଯାଉଥିବାର ଗୌରବ ହାସଲ କରିବ। ରିପୋର୍ଟ ଅନୁଯାୟୀ ଏହି ଗ୍ରାଉଣ୍ଡ ସମ୍ପୂର୍ଣ୍ନ ତିଆରି ହେବା ପାଇଁ ଆହୁରି ୨ ରୁ ୩ ମାସ ସମୟ ଲାଗିପାରେ। ମୋଟେରାର ସରଦାର ପଟେଲ ଷ୍ଟାଡିୟମ ୬୩ ଏକରରେ ଅବସ୍ଥିତ। ଏହି ଷ୍ଟାଡିୟମର ରୂପ ରେଖ ଏମସିଜିକୁ ଡିଜାଇନ କରିଥିବା ଆର୍କିଟେକ୍ଟ କମ୍ପାନୀ ତିଆରି କରିଛି। ଖବର ଅନୁଯାୟୀ ଆସନ୍ତା ବର୍ଷ ଏଠାରେ ଟି-୨୦ ମ୍ୟାଚ ଖେଳାଯିବାର ଶୁଣିବାକୁ ମିଳିଛି।

stadiumଦେଶର ସବୁଠାରୁ ବଡ ଷ୍ଟାଡିୟମ ରୂପେ ରେକର୍ଡ ହାସଲ କରିବାକୁ ଯାଉଛି ଏହି ଷ୍ଟାଡିୟମ। ଏଠାରେ ୧ ଲକ୍ଷ ୧୦ ହଜାର ଲୋକ ବସିବା ପାଇଁ କ୍ଷମତା ରହିଛି, ଯାହା ମେଲବର୍ନ ଷ୍ଟାଡିୟମ ଠାରୁ ୧୦ହଜାର ଅଧିକ କ୍ଷମତା ରହିଛି। ଏଥିରେ ୭୬ କର୍ପୋରେଟ ବକ୍ସ, ୪ ଡ୍ରେସିଂ ରୁମ୍‌, ୩ ପ୍ରାକ୍ଟିସ୍ ଗ୍ରାଉଣ୍ଡ, ଇନଣ୍ଡୋର ପ୍ରାକ୍ଟିସ୍ ପିଚ୍‌, ଟ୍ରେନିଂ ସେଣ୍ଟର ଏବଂ ୫୫ଟି କ୍ଲବ ରହିଛି। ଏହାବ୍ୟତୀତ ଗୋଟିଏ ଅଲମ୍ପିକ ସାଇଜ୍ ର ସୁଇମିଂ ପୁଲ୍ ରହିଛି। ଏହାକୁ ଓ୍ଵାଲ୍ଡ କ୍ଲାସ୍ ଷ୍ଟାଡିୟମ ଭାବେ ତିଆରି କରିବା ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଏହାସହ ପଢନ୍ତୁ: ରାଞ୍ଚିରେ ଦେଖା ଦେଲେ ଧୋନି, ଡ୍ରେସିଂରୁମ୍‌ରେ ଜମିଲା ସିରିଜ୍‌ ବିଜୟ ଉତ୍ସବ

ମୋଟେରାରେ ଏହି ନୂଆ ଷ୍ଟାଡିୟମ ତିଆରି କରିବାର ବିଚାର ଗୁରୁରାଟର ତତକାଳୀନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ସମୟରେ ଆସିଥିଲା। ଗୁରୁରାଟ କ୍ରିକେଟ ଆସୋସିଏସନ୍‌ର ଉପାଧ୍ୟକ୍ଷ ପ୍ରମିଳା ନାଥଓ୍ଵାନି ସୂଚନା ଦେଇଥିଲେ। ଏହି ଷ୍ଟାଡିୟମର ପାଖରେ ୩୦୦ ମିଟର ଦୂରରେ ମଧ୍ୟ ମେଟ୍ରୋର ସୁବିଧା ରହିଛି। ଏକାସାଥିରେ ଷ୍ଟାଡିୟମରେ ୬୦ ହଜାର ଲୋକ ବ ।ହାରିବାର ବଡ ର‍୍ୟାପ ମଧ୍ୟ ତିଆରି କରାଯାଇଛି। ପୁରା ଷ୍ଟାଡିୟମ ପ୍ଲଡଲାଇଟସ୍ ର ଆଲୋକରେ ଝଲସି ଉଠିବ। ଏହି ଷ୍ଟାଡିୟମର ପୁରା ପରିସରରେ ଅତ୍ୟଧିକ ସୋଲାର ପାଓ୍ଵାର ବ୍ୟବହାର କରାଯାଇଛି।