୨୨ ବର୍ଷରେ ସନ୍ୟାସ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ରାଜସ୍ଥାନ ରୟାଲ୍ସର କ୍ରିକେଟର, ୭୦,୦୦୦ କୋଟି ଟଙ୍କା ମାଲିକ
କ୍ରିକେଟରୁ ସନ୍ୟାସ ନେଲେ ୨୨ ବର୍ଷୀୟ ଷ୍ଟାର କ୍ରିକେଟର ଆର୍ଯ୍ୟମାନ ବିର୍ଲା । ଭାରତର ସବୁଠାରୁ ଧନୀ କ୍ରିକେଟର ମଧ୍ୟରେ ନଂ ୧ ସ୍ଥାନରେ ରହିବେ । ଆର୍ଯ୍ୟମାନ ବିର୍ଲା ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଛନ୍ତି ।
ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲିଙ୍କ ତୁଳନାରେ ଆର୍ଯ୍ୟମାନ ବିର୍ଲାଙ୍କ ସଂପତ୍ତି ଅଧିକ । ଆର୍ଯ୍ୟମାନ ବିର୍ଲାଙ୍କ ସଂପତ୍ତି ୭୦,୦୦୦ କୋଟିରୁ ଅଧିକ । ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲାଙ୍କ ପୁଅ ଆର୍ଯ୍ୟମାନ ୨୦୧୭-୧୮ରେ ରଣଜୀରେ ଡେବ୍ୟୁ କରିଥିଲେ । ୨୦୧୮ରେ ଆଇପିଲରେ ରାଜସ୍ଥାନ ରୟାଲ୍ସ ୩୦ ଲକ୍ଷ ଟଙ୍କାରେ କିଣିଥିଲା ।
ଆର୍ଯ୍ୟମାନ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ସେ ୪୧୪ ରନ କରିଛନ୍ତି । ତାଙ୍କ ନାମରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି । ଘରୋଇ କ୍ରିକେଟରେ ଭଲ ଖେଳିଥିବା ଆର୍ଯ୍ୟମାନ ୨୦୧୯ରେ ବ୍ୟକ୍ତିଗତ କାରଣ ଯୋଗୁଁ କ୍ରିକେଟରୁ ଦୂରେଇ ଥିଲେ । ଦୁଇଟି ସିଜିନ ରାଜସ୍ଥାନ ରୟାଲ୍ସ ସହିତ ରହିବା ପରେ ମଧ୍ୟ ଡେବ୍ୟୁ କରିପାରିନଥିଲେ । ଏହାପରେ ତାଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିଦେଇଥିଲା ।