WPL ଫାଇନାଲ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଲଢେଇ, ଲଗାତାର ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଲା ଦିଲ୍ଲୀ କ୍ୟାପିଟାଲ୍ସ,

ଆଜି WPL ଫାଇନାଲ ମ୍ୟାଚ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ଲଢେଇ । ପ୍ରଥମ ସଂସ୍କରଣରେ ମଧ୍ୟ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଉଭୟ ଦଳ । ଟ୍ରଫି ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ସେପଟେ ଲଗାତାର ତୃତୀୟ ଥର ଫାଇନାଲ ଖେଳୁଥିବା ଦିଲ୍ଲୀ ମ୍ୟାଚ ଜିତିବାକୁ ସବୁ ପ୍ରୟାସ କରିବ । ମୁମ୍ବାଇର ବୋର୍ବନ ଷ୍ଟାଡିୟମ‌ରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ଦିଲ୍ଲୀ କ୍ୟାପିଟାଲ୍ସ ୩ୟ ଥର ପାଇଁ ଫାଇନାଲରେ ପହଞ୍ଚିଛି । ଦୁଇ ଦୁଇ ଥର ଫାଇନାଲ ଖେଳି ବି ମାତ୍ର କିଛି ଦୂରରେ ଟ୍ରଫି ହାତଛଡା କରିଥିଲା । ଏଥର ଚାମ୍ପିଅନ ହେବାକୁ ସବୁ ପ୍ରସାୟ କରିବ ମେଗ୍ ଲାନିଙ୍ଗଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସ । ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଗ୍ରୁପ ଷ୍ଟେଜରେ ଦ୍ବିତୀୟ ସ୍ଥାନରେ ଥିଲା ମାତ୍ର ଏଲିମିନେଟର ମ୍ୟାଚରେ ଗୁଜୁରାଟ ଜାଏଣ୍ଟସକୁ ହରାଇ ଫାଇନାଲ ଟିକେଟ ହାତେଇଥିଲା । ପ୍ରଥମ ସିଜିନରେ ଦିଲ୍ଲୀକୁ ହରାଇ ଚାମ୍ପିଅନ ହୋଇଥିଲା ମୁମ୍ବାଇ ।

ଚଳିତ ସିଜନରେ ଗ୍ରୁପ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ ୨ଟି ମ୍ୟାଚ ଖେଳାଯାଇଥିଲା । ଦୁଇଟି ଯାକ ମ୍ୟାଚରେ ବାଜି ମାରି ନେଇଥିଲା ଦିଲ୍ଲୀ ।

ମୁମ୍ବାଇ ସମ୍ଭାବ୍ୟ ଏକାଦଶ : ହେଲି ମାଥ୍ୟୁସ, ମମେଲିଆକେର, ନେଟ୍ ସିବର ବ୍ରେଣ୍ଟ, ହର୍ମନପ୍ରୀତ କୌର, ଅମନଜୋତ କୌର, ୟାସ୍ତିକା ଭାଟିଆ, ଏସ ସଜନା,ଜି କମଲିନି, ସଯୁକ୍ତି ଗୁପ୍ତା, ଶବନମ ଝସ୍ମାଇଲ, ସାଇକା ଇଶକ ।

ଦିଲ୍ଲୀ ସମ୍ଭାବ୍ୟ ଏକାଦଶ : ମେଗ୍ ଲାନିଙ୍ଗ, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଏନବେଲ ସଦରଲେଣ୍ଡ, ମାରିଜାନେ କେପ, ଜେସ ଜୋନାସେନ, ସାରା ବ୍ରାଇସ, ନିକି ପ୍ରସାଦ, ମିତ୍ରୁ ମଣି, ଶିଖା ପାଣ୍ଡେ, ଟିଟାସ ସାଧୁ ।

Also Read : ଦିଲ୍ଲୀ କ୍ୟାପିଟାଲ୍ସ ଘୋଷଣା କଲା ଅଧିନାୟକ, ଅକ୍ଷର ପଟେଲଙ୍କୁ ମିଳିଲା ଦାୟିତ୍ବ