ଆଜିଠାରୁ WPL ଆରମ୍ଭ, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଜାଏଣ୍ଟସ୍

WPL ବା ମହିଳା ପ୍ରିମିଅର ଲିଗ୍ ଆଜିଠାରୁ ଆରମ୍ଭ ହେଉଛି । ୫ ଦଳିଆ ପ୍ରତିଯୋଗିତାରେ ମୋଟ ୨୨ ମ୍ୟାଚ୍ ଖେଳାଯିବ । ଚଳିତ ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ସ ଭଳି ଦଳ ଟାଟା ଡବ୍ଲ୍ୟୁପିଏଲ୍-୨୦୨୫ରେ ଭାଗ ନେବେ । ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଜାଏଣ୍ଟସ୍ । ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯିବ ।
ମେଗ୍ ଲାନିଂ, ଆସ୍ଲି ଗାର୍ଡନର, ହରମନପ୍ରୀତ୍ କୌର, ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା ଏହି ପାଞ୍ଚଟି ଦଳର ନେତୃତ୍ବ ନେବେ । ଏହି ଲିଗ୍ ଭାରତର ଚାରିଟି ସହର ବେଙ୍ଗାଲୁରୁ, ଲକ୍ଷ୍ନୌ, ମୁମ୍ବାଇ ଓ ବଡ଼ୋଦରାରେ ଖେଳାଯିବ ।
ବେଙ୍ଗାଲୁରୁ ଓ ଲକ୍ଷ୍ନୌ ପର୍ଯ୍ୟାୟ ଯଥାକ୍ରମେ ଫେବ୍ରୁଆରୀ ୨୧ ଓ ମାର୍ଚ୍ଚ ୩ରୁ ଆରମ୍ଭ ହେବ । ମାର୍ଚ୍ଚ ୧୦ରୁ ମୁମ୍ବାଇରେ ଦୁଇଟି ଲିଗ୍ ମ୍ୟାଚ୍ ଖେଳାଯିବା ସହ ୱାଙ୍ଖଡ଼େ ଷ୍ଟାଡିୟମ୍ରେ ହିଁ ଏଲିମିନେଟର, ଫ୍ଲେ ଅଫ୍ ଓ ଫାଇନାଲ୍ ଖେଳାଯିବ । ସବୁ ମ୍ୟାଚ୍ ଭାରତୀୟ ସମୟ ରାତି ୭ଟା ୩୦ରୁ ଆରମ୍ଭ ହେବ । ଷ୍ଟାର ସ୍ପୋଟର୍ସ ନେଟୱାର୍କ ଏହି ମ୍ୟାଚ ପ୍ରସାରଣ କରିବ । ମ୍ୟାଚର ଲାଇଭ ଷ୍ଟ୍ରିମିଂ ଡିଜନୀ+ ହଟଷ୍ଟାରରେ ହେବ ।
ସୂଚନାଯୋଗ୍ୟ, ପୁରୁଷ IPL ୨୦୨୫ର ୧୮ତମ ସିଜିନ ଆରମ୍ଭ ମାର୍ଚ୍ଚ ମାସ ତୃତୀୟ ସପ୍ତାହରୁ ହେବ । ଆଇପିଏଲ ପାଇଁ ୧୦ର ଫ୍ରାଞ୍ଚାଇଜ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ୨୦୨୫ ପାଇଁ ଆରସିବି ଟିମର ଅଧିନାୟକ ଚୟନ ହୋଇଛି । ପ୍ରଥମେ ବିରାଟ, ତା’ପରେ ଫାଫ ଡୁପ୍ଲେସିସ ଏବଂ ପରେ ଟିମର ଅଧିନାୟକ ଦାୟିତ୍ବ ରଜତ ପାଟିଦାରଙ୍କୁ ଦିଆଯାଇଛି । ଆରସିବି ରଜତଙ୍କୁ ୧୧ କୋଟି ଟଙ୍କାରେ ରିଟେନ କରିଥିଲା ।
Also Read : IPL ୨୦୨୫ ପାଇଁ ନୂଆ ଅଧିନାୟକ ଘୋଷଣା କଲା ଆରସିବି, ରଜତ ପାଟିଦାରଙ୍କୁ ମିଳିଲା ଦାୟିତ୍ବ