ଜାନୁଆରୀ ୯ ତାରିଖରୁ ଆରମ୍ଭ ହେବ WPL, ୨ଟି ଭେନ୍ୟୁରେ ଖେଳାଯିବ ୨୨ଟି ମ୍ୟାଚ

WPL ୨୦୨୬ ସିଜିନର ଜାନୁଆରୀ ୯ ତାରିଖରୁ ଆରମ୍ଭ ହେବ ।  ମହିଳା ପ୍ରିମିୟର ଲିଗର ଚତୁର୍ଥ ସିଜିନ ପାଇଁ ମେଗା ଖେଳାଳି ନିଲାମ ପରେ ସମ୍ପୂର୍ଣ୍ଣ ଖେଳସୂଚୀ ଘୋଷଣା କରାଯାଇଛି । ପ୍ରଥମ ମ୍ୟାଚ୍ ଜାନୁଆରୀ ୯ରେ ଏବଂ ଫାଇନାଲ୍ ଫେବୃଆରୀ ୫ରେ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ୨ଟି ଭେନ୍ୟୁରେ ୨୮ ଦିନରେ ମୋଟ୍ ୨୨ଟି ମ୍ୟାଚ ଖେଳାଯିବ ।

ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ୨୮ ଦିନିଆ ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ସମେତ ୨୨ଟି ମ୍ୟାଚ୍ ଖେଳାଯିବ । ସମସ୍ତ ମ୍ୟାଚ୍ ଦୁଇଟି ସ୍ଥାନରେ ଅନୁଷ୍ଠିତ ହେବ । ନଭି ମୁମ୍ବାଇ ଷ୍ଟାଡିୟମ୍ ପ୍ରଥମ ୧୧ଟି ମ୍ୟାଚ୍ ଆୟୋଜନ କରିବ । ଫାଇନାଲ୍ ଭଦୋଦରା ଷ୍ଟାଡିୟମରେ ଖେଳାଯିବ । ଜାନୁଆରୀ ୧୦ ଏବଂ ୧୭ ତାରିଖରେ ଦୁଇ ଦିନ ଡବଲ ମ୍ୟାଚ ଖେଳାଯିବ । ପ୍ରତ୍ୟେକ ଦିନ ଗୋଟିଏ ମ୍ୟାଚ୍ ଖେଳାଯିବ । ଲିଗ୍ ପର୍ଯ୍ୟାୟ ଫେବୃଆରୀ ୧ ତାରିଖରେ ଶେଷ ହେବ, ଏଲିମିନେଟର ମ୍ୟାଚ୍ ଫେବୃଆରୀ ୩ ତାରିଖରେ ଏବଂ ଫାଇନାଲ୍ ଫେବୃଆରୀ ୫ ତାରିଖରେ ଅନୁଷ୍ଠିତ ହେବ । ଆସନ୍ତାବର୍ଷ ଫେବୃଆରୀ ୭ରୁ ଭାରତରେ ମହିଳା ଟି- ୨୦ ବିଶ୍ୱକପ ୨୦୨୬ ଖେଳାଯିବ । ଏହା ପୂର୍ବରୁ WPL ଅନୁଷ୍ଠିତ ହେବ ।

Also Read : ମହିଳା ପ୍ରିମିୟର ଲିଗ୍ ୨୦୨୬, ଦିପ୍ତୀ ଶର୍ମା ସବୁଠୁ ମହଙ୍ଗା ଖେଳାଳି