WTC ଫାଇନାଲ : ଟିମ୍ ଇଣ୍ଡିଆ ଅଲଆଉଟ୍ ହେବା ପୂର୍ବରୁ ମଇଦାନ ଛାଡି ଚାଲିଯାଇଥିଲା ଅଷ୍ଟ୍ରେଲିଆ ଟିମ୍, ପୁଣି ଶେଷରେ ଫେରିଥିଲା

ଅଷ୍ଟ୍ରେଲିଆ ଏବଂ ଇଣ୍ଡିଆ ମଧ୍ୟରେ ଚାଲିଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଦେଖିବାକୁ ମିଳିଥିଲା ଅଦ୍ଭୁତ ଘଟଣା । ଟିମ୍ ଇଣ୍ଡିଆ ଅଲଆଉଟ ହୋଇନଥିବା ବେଳେ ମଇଦାନ ଛାଡି ଚାଲିଯାଇଥିଲେ କଙ୍ଗାରୁ ଟିମର ଖେଳାଳି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଓଭାଲରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ ଚାଲିଛି । ଆଉ ଫାଇନାଲ ମ୍ୟାଚର ତୃତୀୟ ଦିନରେ ଏଭଳି କିଛି ଦେଖିବାକୁ ମିଳିଥିଲା, ଯାହା ବହୁତ କମ୍ ଦେଖିବାକୁ ମିଳିଥାଏ । ଟିମ୍ ଇଣ୍ଡିଆ ଅଲଆଉଟ୍ ହେବା ପୂର୍ବରୁ ମଇଦାନ ଛାଡି ଚାଲିଯାଇଥିଲା ଅଷ୍ଟ୍ରେଲିଆ ଟିମ୍ । କିଛି ସମୟ ପରେ ଅଷ୍ଟ୍ରେଲିଆ ଟିମ୍ ପୁଣି ମଇଦାନକୁ ଆସିତିଲା । ଯାହା ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହେଉଛି କଙ୍ଗାରୁ ଟିମ୍ ।

ଟିମ୍ ଇଣ୍ଡିଆ ବ୍ୟାଟିଂ କରୁଥିବା ଇନିଂସର ୬୯ ଓଭରରେ ଭାରତ ୯ ୱିକେଟ ହରାଇ ୨୪୯ ରନ୍ କରିଥିଲା । କ୍ୟାମରୁନ ଗ୍ରୀନଙ୍କ ୫ମ ବଲରେ ଫ୍ଲିପ ସର୍ଟ ଖେଳିବାକୁ ଚେଷ୍ଟା କରି ମହମ୍ମଦ ସିରାଜ ୱିକେଟ ସାମ୍ନାରେ ବିଟ୍ ହେବା ଯୋଗୁଁ ଅଷ୍ଟ୍ରେଲିଆ ଅପିଲ କରିଥିଲା । ଫଳରେ ଅମ୍ପାୟର କ୍ରିସ ଗେଫନୀ ଆଉଟ୍ ଇସାରା ଦେଇଥିଲେ ।

ଏହାପରେ ତୁରନ୍ତ ସିରାଜ ଡିଏସଆର ନେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଏହି ୱିକେଟ ଯାଇଥିବା ଭରସା ରହିଥିଲା । ତେଣୁ ସମସ୍ତେ ମଇଦାନ ଛାଡି ଡ୍ରେସିଂ ରୁମକୁ ଚାଲିଯାଇଥିଲେ । ଟିମର ଡେଭିଡ ୱାର୍ଣ୍ଣର, ଉସମାନ ଖ୍ବାଜା ପ୍ୟାଡ୍ ପିନ୍ଧି ଖେଳିବାକୁ ଆସିବାକୁ ପ୍ରସ୍ତୁତ ହୋଇଯାଇଥିଲେ ।

କିନ୍ତୁ ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତି ପରେ LBW ଦେବାରୁ କଙ୍ଗାରୁ ଟିମର ଅଧିନାୟକ ପ୍ୟାଟ କେମିନ୍ସ ପୁଣିଥରେ ଫିଲ୍ଡି ସେଟ୍ କରିଥିଲେ । ହେଲେ ତା’ ପର ଓଭରରେ ମିଚେଲ ଷ୍ଟାର୍କଙ୍କ ୪ର୍ଥ ବଲରେ ମହମ୍ମହଦ ସାମିଙ୍କୁ ଆଟ୍ କରିଥିଲେ । ଏହାପରେ ଟିମ୍ ଅଲଆଉଟ ହୋଇଥିଲା ।

ସୂଚନାଯୋଗ୍ୟ, ଇଂଲଣ୍ଡ ଓଭାଲରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୬୯ ରନ୍ କରି ଅଲଆଉଟ୍ ହୋଇଛି । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୪ ୱିକେଟ୍ ହରାଇ ୧୨୩ ରନ୍ କରିଛି । ମୋଟରେ ୨୯୬ ରନ୍ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ଠାରୁ । ପ୍ରଥମ ଇନିଂସରେ ୪୬୯ ରନ୍ କରିଥିଲା ଅଷ୍ଟ୍ରେଲିଆ ଦଳ । ବର୍ତ୍ତମାନ କମ୍ ରନରେ ଅଷ୍ଟ୍ରେଲିଆ ଦଳକୁ ଆଉଟ୍ କରିବା ହେଉଛି ଭାରତୀୟ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.