WTC ଫାଇନାଲ ପୂର୍ବରୁ ଆହତ ହେଲେ ରୋହିତ ଶର୍ମା, କିନ୍ତୁ ଖେଳିବେ ମ୍ୟାଚ୍

ଆଜିଠାରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ WTC ଫାଇନାଲ ମ୍ୟାଚ୍ ଓଭାଲରେ ଖେଳାଯିବ । ଏଥିପାଇଁ ଅଭ୍ୟାସ ମ୍ୟାଚ ସମୟରେ ଆହତ ହୋଇଛନ୍ତି ରୋହିତ ଶର୍ମା । ହେଲେ ଆହତ ହେବାର କିଛି ସମୟ ପରେ ପୁଣି ଅଭ୍ୟାସକୁ ଫେରିଛନ୍ତି ।

ଆଜିଠାରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ WTC ଫାଇନାଲ ମ୍ୟାଚ୍ ଓଭାଲରେ ଖେଳାଯିବ । ତା ପୂର୍ବରୁ ଭାରତୀୟ ଦଳ ପାଇଁ ନିରାଶଜନକ ଖବର । ଆଇପିଏଲରେ ନିଜର ଫର୍ମକୁ ନେଇ ସଂଘର୍ଷ କରୁଥିବା ଅଧିନାୟକ ରୋହିତ ଶର୍ମା ଏବେ ଆହତ ହୋଇଥିବା ଖବର ଆସିଛି। ତେଣୁ ସେ ଅଭ୍ୟାସ ମ୍ୟାଚ୍ କରିବାକୁ ଆସିନଥିଲେ ।

ରୋହିତ ଶର୍ମା ଅନ୍ୟ ଖେଳାଳିଙ୍କ ସହିତ ଅଭ୍ୟାସ କରୁଥିବା ବେଳେ ବଲକୁ ଥ୍ରୋ ଡାଉନ କରୁଥିବା ବେଳେ ବଲ ସିଧା ଯାଇ ତାଙ୍କ ବାମ ହାତର ବୁଢା ଆଙ୍ଗୁଠିରେ ବାଜିଥିଲା । ଏହାପରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ରୋହିତ । ଭାରତୀୟ ମେଡିକାଲ ଷ୍ଟାଫ ତୁରନ୍ତ ତାଙ୍କର ଉପଚାର କରିଥିବା ବେଳେ ଦ୍ରାବିଡ ପାଖରେ ପହଞ୍ଚି ପଚରାଉଚରା କରିଥିଲେ । କିଛି ସମୟର ବିଶ୍ରାମ ପରେ ରୋହିତ ପୁଣି ଅଭ୍ୟାସ ସେସନକୁ ଫେରିଥିଲେ। କିନ୍ତୁ ସେ ଆଉ ବ୍ୟାଟିଂ କରି ନାହାନ୍ତି। ତେବେ ରୋହିତ ଆହତ ହେବା ପରେ କ୍ରିକେଟ ଫ୍ୟାନ୍ସ ଚିନ୍ତାରେ ରହିଛନ୍ତି ।

ଆଜିଠାରୁ ଲଣ୍ଡନର କେନିଂଟନ ଓଭାଲରେ ଓ୍ଵାର୍ଲଡ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍ ମ୍ୟାଚ୍‌ ଖେଳାଯାଉଛି‌ । ଇଂଲଣ୍ଡର ଓଭାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଭାରତ ମ୍ୟାଚ୍‌ ଜିତି ଆଇସିସି ଟୁର୍ଣ୍ଣାମେଣ୍ଟରେ ୧୦ ବର୍ଷର ରେକର୍ଡ କରିବାକୁ ଚାହୁଁଥିବା ବେଳେ  ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମ ଥର ଚାମ୍ପିଅନସିପ ଉପରେ ନଜର ରଖିଛି ।

ଯିଏ ବି ଜିତିବ ଇତିହାସ ରଚିବ । କ୍ରିକେଟ୍‌ର ସମସ୍ତ ଫର୍ମାଟରେ ଆଇସିସି ଟ୍ରଫି ଜିତିବାରେ ହେବ ପ୍ରଥମ ଦଳ । ପୂର୍ବରୁ ଉଭୟ ଦଳ ଆଇସିସି ଦିନିକିଆ ଓ ଟି-୨୦ ଫର୍ମାଟରେ ଚାମ୍ପିଅନ୍‌ ହୋଇ ସାରିଛନ୍ତି । ସ୍ୱତନ୍ତ୍ର ରଣନୀତି କରିଛନ୍ତି ଉଭୟ ଭାରତ ଓ ଅଷ୍ଟ୍ରେଲିଆ ।

ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନ୍‌ ଉପରେ ସମସ୍ତଙ୍କର ନଜର ରହିଛି । ଓପନିଂ ଭାର ସମ୍ଭାଳି ପାରନ୍ତି ରୋହିତ ଶର୍ମା ଓ ଶୁଭମନ୍‌ ଗିଲ୍‌ । ଆଜିର ମ୍ୟାଚରେ ଶୁଭମନ୍‌ ଗିଲଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଛି । ସେହିପରି ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି ।

ଭାରତୀୟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ ଭରତ(ଓ୍ଵିକେଟ କିପର), ଈଶାନ କିଶନ, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ ।

ଷ୍ଟାଣ୍ଡବାଏ ଖେଳାଳି: ଯଶସ୍ୱୀ ଜୟସଓ୍ଵାଲ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ ।

 

Leave A Reply

Your email address will not be published.