କିଏ ଜିତିବ WTC ଟାଇଟଲ ? ଭାରତର ୧୦ ବର୍ଷର ନଜର ଆଉ ଅଷ୍ଟ୍ରେଲିଆର ପ୍ରଥମ

ଇଂଲଣ୍ଡର ଓଭାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଭାରତ ମ୍ୟାଚ୍‌ ଜିତି ଆଇସିସି ଟୁର୍ଣ୍ଣାମେଣ୍ଟରେ ୧୦ ବର୍ଷର ରେକର୍ଡ କରିବାକୁ ଚାହୁଁଥିବା ବେଳେ  ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମ ଥର ଚାମ୍ପିଅନସିପ ଉପରେ ନଜର ରଖିଛି ।

ଆଜିଠାରୁ ଲଣ୍ଡନର କେନିଂଟନ ଓଭାଲରେ ଓ୍ଵାର୍ଲଡ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍ ମ୍ୟାଚ୍‌ ଖେଳାଯାଉଛି‌ । ଇଂଲଣ୍ଡର ଓଭାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଭାରତ ମ୍ୟାଚ୍‌ ଜିତି ଆଇସିସି ଟୁର୍ଣ୍ଣାମେଣ୍ଟରେ ୧୦ ବର୍ଷର ରେକର୍ଡ କରିବାକୁ ଚାହୁଁଥିବା ବେଳେ  ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମ ଥର ଚାମ୍ପିଅନସିପ ଉପରେ ନଜର ରଖିଛି ।

ଯିଏ ବି ଜିତିବ ଇତିହାସ ରଚିବ । କ୍ରିକେଟ୍‌ର ସମସ୍ତ ଫର୍ମାଟରେ ଆଇସିସି ଟ୍ରଫି ଜିତିବାରେ ହେବ ପ୍ରଥମ ଦଳ । ପୂର୍ବରୁ ଉଭୟ ଦଳ ଆଇସିସି ଦିନିକିଆ ଓ ଟି-୨୦ ଫର୍ମାଟରେ ଚାମ୍ପିଅନ୍‌ ହୋଇ ସାରିଛନ୍ତି । ସ୍ୱତନ୍ତ୍ର ରଣନୀତି କରିଛନ୍ତି ଉଭୟ ଭାରତ ଓ ଅଷ୍ଟ୍ରେଲିଆ ।

ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନ୍‌ ଉପରେ ସମସ୍ତଙ୍କର ନଜର ରହିଛି । ଓପନିଂ ଭାର ସମ୍ଭାଳି ପାରନ୍ତି ରୋହିତ ଶର୍ମା ଓ ଶୁଭମନ୍‌ ଗିଲ୍‌ । ଆଜିର ମ୍ୟାଚରେ ଶୁଭମନ୍‌ ଗିଲଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଛି । ସେହିପରି ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି ।

ସେହିପରି ଫାଷ୍ଟ ବୋଲିଂ ଦାୟିତ୍ୱ ମହମ୍ମଦ ସିରାଜ ଓ ମହମ୍ମଦ ସାମି ତୁଲାଇବେ । ତୃତୀୟ ବୋଲର ଭାବରେ ଉମେଶ ଯାଦବ ଓ ଶାର୍ଦ୍ଦୁଳ ଠାକୁରଙ୍କ ଭିତରୁ କାହାକୁ ଜଣଙ୍କୁ ମିଳିପାରେ ସୁଯୋଗ ।

ଅନ୍ୟପଟେ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଜିତିବା ଲକ୍ଷ୍ୟରେ ସ୍ୱତନ୍ତ୍ର ରଣନୀତି କରିଛି ଅଷ୍ଟ୍ରେଲିଆ । ଭାରତ ଏପର୍ଯ୍ୟନ୍ତ ମୋଟ ୫ଟି ଆଇସିସି ଟ୍ରଫି ଜିତିଛି । ୧୯୮୩ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍‌, ୨୦୦୭ରେ ଟି-୨୦ ଏବଂ ୨୦୦୨ ଓ ୨୦୧୩ରେ ଦୁଇଥର ଚାମ୍ପିଅନ୍‌ସ ଟ୍ରଫି ଜିତିଛି ଭାରତ । ତେବେ ୨୦୧୩ ପରେ ଗତ ୧୦ ବର୍ଷ ହେଲା ଭାରତ ଆଉ କୌଣସି ଆଇସିସି ଟ୍ରଫି ଜିତି ପାରିନାହିଁ ।

ଗତବର୍ଷ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ WTC ଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା । ଏଥର ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଉପରେ ଉଭୟ ଖେଳାଳି ଓ ଫ୍ୟାନ୍‌ଙ୍କ ନଜର ରହିଛି । ଏପଟେ ଓଭାଲ ପିଚ୍‌ରେ ସ୍ପିନର ପାଇଁ ଅନୁକୂଳ ହେବ ବୋଲି କହିଛନ୍ତି କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର ।

ଭାରତୀୟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ ଭରତ(ଓ୍ଵିକେଟ କିପର), ଈଶାନ କିଶନ, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ ।

ଷ୍ଟାଣ୍ଡବାଏ ଖେଳାଳି: ଯଶସ୍ୱୀ ଜୟସଓ୍ଵାଲ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ ।

 

Leave A Reply

Your email address will not be published.