ବବି ଲେଶଲେଙ୍କ ସହ ରିଲେଶନ୍‌ଶିପରେ ଅଛନ୍ତି WWE ଷ୍ଟାର୍‌ ଲାନା, କହିଲେ, ତାଙ୍କ ପେଟରେ ବଢ଼ୁଛି ସ୍ୱାମୀ ରୁସେବଙ୍କ ରାକ୍ଷସ ପିଲା, ଦେଖନ୍ତୁ ଭିଡିଓ

WWE ଷ୍ଟାର୍‌ ଲାନା ଗତ ୭ ସପ୍ତାହ ହେବ ବବି ଲେଶଲେଙ୍କ ସହ ରିଲେଶନଶିପ୍‌ରେ ଅଛନ୍ତି। ଲାନାଙ୍କ କହିବା ଅନୁସାରେ, ଫ୍ୟାନମାନେ ତାଙ୍କ ଗର୍ଭରେ ବଢ଼ୁଥିବା ପିଲାର ବାପାଙ୍କ ନାଁ ଜାଣିବାକୁ ଦାବି କରିଥିଲେ। ଏହାପରେ ସେ ନିଜ ଗର୍ଭସ୍ଥ ପିଲାର ବାପାଙ୍କ ନାଁ କହିଥିଲେ।

ଏହାସହ ପଢ଼ନ୍ତୁ: ଓଡ଼ିଆ ଅଲିମ୍ପିଆନ୍‌ ଦୂତୀ ଚାନ୍ଦଙ୍କ ଆଉ ଏକ ସଫଳତା, ଟାଇମ୍‌ 100 NEXT ତାଲିକାରେ ପାଇଲେ ସ୍ଥାନ

ତେବେ ଫ୍ୟାନ୍‌ମାନେ ଯାହା ଅନ୍ଦାଜ କରୁଥିଲେ, ଲାନା ତାହାଠାରୁ ଆହୁରି ବଡ଼ ଖୁଲାସା କରିଥିଲେ। ଲାନା WWE ର’ ରଙ୍ଗ୍‌କୁ ଆସି ସେ ୯ ସପ୍ତାହର ଗର୍ଭବତୀ ଥିବା ଘୋଷଣା କରିଥିଲେ। କିନ୍ତୁ କିଛି ମୁହୂର୍ତ୍ତ ପରେ ସେ ଏହି ପିଲାକୁ ଚାହୁଁ ନ ଥିବା କହି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହାପରେ ଫ୍ୟାନ୍‌ମାନେ କାରଣ ଜାଣିବାକୁ ଚାହିଁଥିଲେ।

boby4

କିଛି ସମୟ ପରେ ଲାନା ସ୍ପଷ୍ଟ କରିଥିଲେ, ‘ମୁଁ ୭ ସପ୍ତାହ ଧରି ଲେଶଲେଙ୍କ ସହ ସମ୍ପର୍କରେ ଅଛି। ଏହାର ମାନେ ମୋ ଗର୍ଭରେ ବଢ଼ୁଥିବା ପିଲା ରୁସେବଙ୍କର ଅଟେ। ଏହା ରାକ୍ଷସର ପିଲା’। ଲାନା ଏହି ସମୟରେ ରୁସେବଙ୍କ ଉପରେ ସବୁ ସମୟରେ ସମ୍ବନ୍ଧ ବନେଇବାର ଅଭିଯୋଗ ଆଣିଥିଲେ। ଲାନା ଏବଂ ରୁସେବ୍‌ ଦୁଇଜଣ ହିଁ WWE ରେସଲର ଅଟନ୍ତି। କିଛି ଦିନ ପୂର୍ବରୁ ଦୁଇଜଣ କୋର୍ଟରେ ହାଜର ହୋଇଥିଲେ। ସେତେବେଳେ ଲାନା କହିଥିଲେ, କୌଣସି ବି ପରିସ୍ଥିତିରେ ସେ ରୁସେବଙ୍କ ସହ ରହିପାରିବେ ନାହିଁ। ରୁସେବ ମଣିଷ ନୁହେଁ, ପଶୁ। ସେ ସବୁ ସମୟରେ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ।

ଏହାସହ ପଢ଼ନ୍ତୁ: WWEରେ ଭୟଙ୍କର ରେସଲରଙ୍କୁ ଡରି ଯୁବତୀଙ୍କ ରୁମରେ ଲୁଚିଗଲେ ସିଂ ବ୍ରଦର୍ସ କିନ୍ତୁ ହେଲା କିଛି ଏପରି ହାଲ, ଦେଖନ୍ତୁ…

boby2

ଲାନା ଆହୁରି ବି କହିଥିଲେ, ‘ମୁଁ ରୁସେବଙ୍କୁ ଧୋକା ଦେଇଛି। କିନ୍ତୁ ଏହାର ଆରମ୍ଭ ମୁଁ କରି ନ ଥିଲି। ପ୍ରଥମେ ସେ ମୋତେ ଧୋକା ଦେଇଥିଲେ। ମୁଁ ଲେଶଲେଙ୍କ ସହ ରହୁଛି। ଆମ ସମ୍ପର୍କ ଆହୁରି ମଜଭୁତ୍‌ ହୋଇଯାଇଛି’। ତେବେ ଏହି ସମୟରେ ରୁସେବ ରିଙ୍ଗ୍‌ରେ ପହଞ୍ଚିଥିଲେ। ସେ ଲାନାଙ୍କ ସହ ଅଭିଯୋଗ ବିଷୟରେ କଥା ହେବାକୁ ଚାହୁଁଥିଲେ। କିନ୍ତୁ ଲାନା ରୁସେବଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଦେଇଥିଲେ। ଏହାରି ଭିତରେ ଲାନାଙ୍କ ବର୍ତ୍ତମାନର ପ୍ରେମିକ ବବି ଲେଶଲେ ସେଠାରେ ପହଞ୍ଚିଥିଲେ।

ଏହାସହ ପଢ଼ନ୍ତୁ: ନିଜ କ୍ୟାରିୟର ପାଇଁ ସଚିନ କାହାକୁ ଦେଲେ ଶ୍ରେୟ

boby1

ଏହାସହ ପଢ଼ନ୍ତୁ: ଜାପାନ ଯିବେ କିସ୍‌ର ୩ ଜଣ ରଗବୀ ଖେଳାଳି

ଲାନା ଲେଶଲେଙ୍କୁ ସପୋର୍ଟ କରିବା ପାଇଁ ରୁସେବଙ୍କ ଆଖି ବନ୍ଦ କରିଦେଇଥିଲେ। ସେ ତାଙ୍କୁ ଖୁବ୍‌ ମାଡ଼ ମାରିଥିଲେ। ଆଖି ଜଖମ୍‌ ହେବା କାରଣରୁ ରୁସେବ ଅଧିକ ପ୍ରତିରୋଧ କରିପାରୁ ନ ଥିଲେ। କିଛି ସମୟ ପରେ ଲେଶଲେ ରୁସେବଙ୍କୁ ମାରି ତଳେ ପକାଇ ଦେଇଥିଲେ। ଏହି ସମୟରେ ଲାନା ଲେଶଲେଙ୍କୁ ରୁସେବଙ୍କ ସାମ୍ନାରେ କିସ୍‌ କରିଥିଲେ। ଆଉ ଲେଶଲେ ମଧ୍ୟ ତାଙ୍କୁ କିସ୍‌ କରିଥିଲେ। ସେପଟେ କିଙ୍ଗ୍‌ର କୋର୍ଟରେ ରୁସେବ ଦୁଃଖରେ ପଡ଼ିରହିଥିଲେ।

video courtesy: youtube

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.