ଗଗନଚୁମ୍ବୀ ଛକା ମାରି ବଲ୍‌ ହଜାଇ ଦେଲେ ରାଜସ୍ଥାନ ଟିମର ଏହି ବ୍ୟାଟର, ଅମ୍ପାୟର ନେଲେ ଏଭଳି ନିଷ୍ପତ୍ତି

ଆଇପିଏଲ୍‌ ୨୦୨୨ରେ ଫ୍ୟାନ୍ସଙ୍କୁ ଛକା ଦେଖିବାକୁ ମିଳୁଛି। ଆଇପିଏଲ ସିଜିନ ୧୫ରେ ଟୁର୍ଣ୍ଣାମେଣ୍ଟ ଇତିହାସରେ ସବୁଠାରୁ ଅଧିକ ଛକା ଦେଖିବାକୁ ମିଳିଛି। ଏହି ସିଜିନ ପୂର୍ବ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୮୭୨ ଛକା ହେବାର ରେକର୍ଡ ମିଳିଥିଲା। କିନ୍ତୁ ଏଥର ସବୁଠାରୁ ଅଧିକ ରେକର୍ଡ ସଂଖ୍ୟକ ଛକା ଦେଖିବାକୁ ମିଳିଛି। ରବିବାର ହୋଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟିମର ୟଶସ୍ୱୀ ଜୟସଓ୍ଵାଲଙ୍କ ଛକା ଅନେକ ପ୍ରଶଂସା ସାଉଁଟିଛି।

ରାଜସ୍ଥାନ ଏବଂ ଲକ୍ଷ୍ମୌ ମଧ୍ୟରେ ଚାଲିଥିବା ମ୍ୟାଚରେ ଯଶସ୍ୱୀଙ୍କ ଗଗନଚୁମ୍ବୀ ଛକା ମାରିଥିଲେ। ରାଜସ୍ଥାନ ବ୍ୟାଟିଂ କରୁଥିବା ବେଳେ ୬ ଓଭରରେ ଦୁଷ୍ମନ୍ତା ଚାମିରା ବୋଲିଂ କରୁଥିଲେ। ଏହି ଓଭରରେ ଯଶସ୍ୱୀ ଏକ ଛକା ମାରିଥିଲେ, ଫଳରେ ବଲ୍‌ ଷ୍ଟାଡିଅମ ବାହାରେ ପଡିଥିଲା। ୧୦୩ ମିଟର ଲମ୍ବା ଛକା ମାରିଥିଲେ ଯଶସ୍ୱୀ। ତେଣୁ ଅମ୍ପାୟରଙ୍କୁ ଆଉ ଗୋଟେ ବଲ୍‌ ଆଣି ଖେଳିବାକୁ ପଡିଥିଲା।

ଚଳିତ ଆଇପିଏଲ୍‌ରେ ସବୁଠାରୁ ଅଧିକ ଲମ୍ବା ଛକା ମାରିବାର ରେକର୍ଡ ପଞ୍ଜାବ କିଙ୍ଗସର ବ୍ୟାଟସମ୍ୟାନ ଲିୟାମ ଲିଭିଙ୍ଗଷ୍ଟୋନଙ୍କ ପାଖରେ ରହିଛି। ଲିଭିଷ୍ଟଷ୍ଟୋନ ମହମ୍ମଦ ସାମିଙ୍କ ବଲରେ ସବୁଠାରୁ ଅଧିକ ଲମ୍ବା ଛକା ମାରିଥିବାର ରେକର୍ଡ କରିଛନ୍ତି। ଗୁଜୁରାଟ ଟାଇଟନ୍ସ ବିରୋଧରେ ମ୍ୟାଚ ଖେଳି ୧୧୭ ମିଟର ଲମ୍ବା ଛକା ମାରିଥିଲେ ଲିଭିଙ୍ଗଷ୍ଟୋନ।

ଯଶସ୍ୱୀ ଏହି ମ୍ୟାଚରେ ୨୯ ବଲରେ ୪୧ ରନ୍‌ କରିଥିଲେ। ଏହି ମ୍ୟାଚରେ ଯଶସ୍ୱୀ ୬ଟି ଚଉକା, ୧ ଛକା ମାରିଥିଲେ। ଚଳିତ ଆଇପିଏଲରେ ୬ଟି ମ୍ୟାଚରେ ୨୫.୫୦ ପ୍ରତିଶତରେ ୧୫୩ ରନ୍‌ କରିଛନ୍ତି। ପୂର୍ବ ସିଜିନରେ ଯଶସ୍ୱୀଙ୍କୁ ୨୦୨୦ରେ ଖେଳିବାକୁ ସୁଯୋଗ ମିଳିନଥିଲା। କିନ୍ତୁ ୨୦୨୧ରେ ଭଲ ପ୍ରଦର୍ଶନ କରିଥିଲେ ଯଶସ୍ୱୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.