ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ୮ମ ପଦକ । ଭାରତ ପାଇଁ ଯୋଗଶେ କାଥୁନିୟା ପୁରୁଷ ଡିସକସ୍ ଥ୍ରୋର ଏଫ ୫୬ ର୍ବଗରେ ରୌପ୍ୟ ପଦକ ପାଇଛନ୍ତି । ସେ ୪୨.୨୨ ମିଟର ଦୂରତାକୁ ଡିସକସ୍ ଫିଙ୍ଗି ଭାରତକୁ ଅଲିମ୍ପିକ୍ସରେ ଆଉ ଏକ ପଦକ ଭେଟି ଦେଇଛନ୍ତି ।
ପ୍ରଥମ ପ୍ରୟାସରେ ୪୨.୨୨ ମିଟର ଦୂରକୁ ଡିସକସ ଫିଙ୍ଗିଥିଲେ । ଦ୍ୱିତୀୟ ପ୍ରୟାସରେ ୪୧.୫୦ ମିଟର, ତୃତୀୟ ପ୍ରୟାସରେ ୪୧.୫୫, ୪ର୍ଥ ପ୍ରୟାସରେ ୪୦.୩୩ ମିଟର, ୫ମ ପ୍ରୟାସରେ ୪୦.୮୯ ଓ ଶେଷ ପ୍ରୟାସରେ ୩୯.୬୮ ମିଟର ଦୂରତା ଡିସକସ ଫିଙ୍ଗି ଥିଲେ ।
ଯୋଗେଶ ଡିସକସ୍ ଥ୍ରୋର ଏଫ ୫୬ ର୍ବଗରେ ରୌପ୍ୟ ଜିତିଥିବା ବେଳେ ବ୍ରାଜିଲର ବାତିସ୍ତା ସ୍ବର୍ଣ୍ଣ ଜିତିଛନ୍ତି । ୩ ର୍ବଷ ତଳେ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଯୋଗେଶ ରୌପ୍ୟ ପଦକ ଜିତିଥିଲେ ।
ପ୍ୟାରିସ ପାରାଅଲିମ୍ପିକ୍ସରେ ଅବନୀ ଲେଖରା ଏବଂ ମୋନା ଅଗ୍ରଓ୍ୱାଲଙ୍କ ପରେ ପ୍ରୀତି ପାଲ ଭାରତକୁ ପଦକ ଜିତାଇଥିଲେ । ମୋନା ଅଗ୍ରଓ୍ୱାଲ ମହିଳା ୧୦୦ ମିଟର ରେସରେ ପଦକ ଜିତିଥିଲେ । ଭାରତକୁ ଚତୁର୍ଥ ପଦକ ମନୀଷ ନରଓ୍ୱାଲ ୧୦ ମିଟର ଏୟାର ପିସ୍ତଲରେ ରୌପ୍ୟ ଜିତିଥିଲେ । ରୁବନୀ ଫ୍ରାନ୍ସିସ ୫ମ, ପ୍ରୀତି ପାଲ ୬ଷ୍ଠ, ନିଶାଦ କୁମାର ୭ମ ଏବଂ ଯୋଗେଶ କାଥୁନିୟା ୮ମ ପଦକ ଜିତିଛନ୍ତି ।