କ୍ରିକେଟ ଜଗତକୁ ପୁଣି ଫେରିବେ ଯୁବରାଜ ସିଂ, ମ୍ୟାଚ ଖେଳିବା ସହିତ ଦେବେ ଟ୍ରେନିଂ

୨୦୧୯ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଡିଲ ପୁରା ହେବା ପରେ ଗତବର୍ଷ କ୍ରିକେଟ ଜଗତରୁ ସନ୍ୟାସ ନେଇଥିଲେ ଯୁବରାଜ ସିଂ। ୨୦୦୭ ଟି-୨୦ ଏବଂ ୨୦୧୧ କ୍ରିକେଟ ଓ୍ଵାଲର୍ଡ କପ୍‌ରେ ନିଜର ବ୍ୟାଟିଂ ଯାଦୁ ଦେଖାଇ ସମସ୍ତଙ୍କ ମନ କିଣିନେଇଥିଲେ ୟୁବି। ଯୁବରାଜଙ୍କ ରିଟାୟର୍ଡମେଣ୍ଟ ଫ୍ୟାନଙ୍କୁ ବହୁତ ବାଧିଥିଲା। ଏବେ ଯୁବରାଜ ଫ୍ୟାନଙ୍କ ପାଇଁ ଖୁସି ଖବର। କିନ୍ତୁ ଏବେ ଯଦି ଯୁବରାଜ ଚାହିଁବେ ତେବେ କ୍ରିକେଟକୁ ଫେରିପାରିବେ।

ଯୁବରାଜ ଖେଳାଳି ସହିତ ଜଣେ ମେଣ୍ଟର ଦାୟିତ୍ୱ ତୁଲାଇବା ପାଇଁ କୁହାଯାଇଛି। ପଞ୍ଜାବ କ୍ରିକେଟ ଆସୋସିଏସନ ପୂର୍ବ ଭାରତୀୟ ଅଲରାଉଣ୍ଡର ୟୁବିଙ୍କୁ ରାଜ୍ୟ ଟିମର ଖେଳାଳି ସହିତ ମେଣ୍ଟର ଦାୟିତ୍ୱ ତୁଲାଇବା ପାଇଁ ଅନୁରୋଧ କରିଛି। କିନ୍ତୁ ଯୁବରାଜଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ। ପିପିଏ ସଚିବ ପୁନୀତ ବାଲୀ ଯୁବରାଜଙ୍କୁ ଅନୁରୋଧ କରିଛନ୍ତି।

yuvraj

ବାଲୀ କହିଛନ୍ତି, ଗତ ୬ ଦିନ ହେଲାଣି ଯୁବରାଜଙ୍କୁ ଅନୁରୋଧ କରାଯାଇଛି, ତେବେ ଏପର୍ଯ୍ୟନ୍ତ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଯଦି ସେ ଫେରନ୍ତି, ତେବେ ପଞ୍ଜାବ କ୍ରିକେଟ ପାଇଁ ବାସ୍ତବରେ ଭଲ ହେବ। ସୂଚନାଯୋଗ୍ୟ, ଯୁବରାଜ ଏପର୍ଯ୍ୟନ୍ତ ୪୦ଟି ଟେଷ୍ଟ, ୩୦୪ ଦିନିକିଆ ମ୍ୟାଚ ଖେଳିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.