କରୋନା ଯୁଦ୍ଧରେ ସାମିଲ ହେଲେ ଯୁବରାଜ ସିଂହ, ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ କଲେ ଦାନ

ପୂର୍ବତନ ଭାରତୀୟ କ୍ରିକେଟ ଷ୍ଟାର ଯୁବରାଜ ସିଂହ କରୋନା ଭାଇରସ ସହ ଲଢ଼ିବା ପାଇଁ ସହାୟତା ପ୍ରଦାନ କରିଛନ୍ତି। ଶନିବାର ସେ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏଥିସହ ଏହି ମହାମାରୀ ସମୟରେ ସମସ୍ତେ ଏକଜୁଟ ହେବାକୁ ଯୁବରାଜ ଅପିଲ କରିଛନ୍ତି।

ପ୍ରଧାନମନ୍ତ୍ରୀ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦାନ କରିଥିବା ନେଇ ନିଜେ ୟୁବି ଟ୍ୱିଟ କରି ଜଣାଇଥିଲେ। ଟ୍ୱିଟରେ ସେ ଲେଖିଥିଲେ ଯେ ଏବେ ଏକତା ଦେଖାଇବାର ସମୟ। ଏଣୁ ମୁଁ ୫୦ ଲକ୍ଷ ଟଙ୍କା ଦାନ କରୁଛି। ଆପଣ ମଧ୍ୟ ସାହାଯ୍ୟର ହାତ ବଢ଼ାନ୍ତୁ। କେବଳ ଏତିକି ନୁହେଁ ମୋଦିଙ୍କ ଅନୁରୋଧ ରକ୍ଷା କରି ସେ ରାତି ୯ ଟାରେ ୯ ମିନିଟ୍ ଘରର ଲାଇଟ ବନ୍ଦ କରି ବାଲକୋନିରେ ମହମବତୀ ଜଳାଇଥିବା ମଧ୍ୟ କହିଛନ୍ତି।

I feel nothing is impossible': Yuvraj Singh reveals three players ...

ସୂଚନାଯୋଗ୍ୟ ଯେ କରୋନା ଭାଇରସ ଯୋଗୁ ଏବେ ଯାଏଁ ୪୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୯ ରେ ପହଞ୍ଚିଛି।

Leave A Reply

Your email address will not be published.