କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର, ଏବେ ଏହି ଟିମ୍‌ରେ ନଜର ଆସିବେ ଯୁବରାଜ ଓ ଗେଲ୍‌

ଏକାଠି ଖେଳିବେ ଯୁବରାଜ ସିଂହ ଓ କ୍ରିସ୍‌ ଗେଲ୍‌। କ୍ରିକେଟ୍‌ ପ୍ରେମୀମାନେ ଉଭୟଙ୍କୁ ଗୋଟିଏ ଟିମ୍‌ରେ ଖେଳୁଥିବାର ଖୁବ୍‌ଶୀଘ୍ର ଦେଖିବାକୁ ପାଇବେ। ମେଲବର୍ଣ୍ଣର ଏକ କ୍ରିକେଟ୍‌ କ୍ଲବ୍‌ ଦାବି କରି କହିଛି ଯେ ସେ ଗ୍ରୀଷ୍ମଦିନେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ରେ ଉଭୟ ଯୁବରାଜ ଓ କ୍ରିସ୍‌ ଗେଲଙ୍କୁ ଖେଳାଇବାକୁ ଇଚ୍ଛୁକ ଅଛନ୍ତି। ଏଥିପାଇଁ କଥାବାର୍ତ୍ତା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ କହିଛନ୍ତି।

ମେଲବର୍ଣ୍ଣର ଇଷ୍ଟର୍ଣ୍ଣ କ୍ରିକେଟ୍‌ ସଂଘ(ଇସିଏ)ର ତୃତୀୟ ସ୍ତରୀୟ ପ୍ରତିଯୋଗିତାରେ ଖେଳୁଥିବା ମୁଲଗ୍ରେବ କ୍ରିକେଟ୍‌ କ୍ଲବ କହିଛନ୍ତି, ସେ ୱେଷ୍ଟ ଇଣ୍ଡିଜ୍‌ର ଖେଳାଳି ବ୍ରାଏନ୍‌ ଲାରା ଓ ଦକ୍ଷିଣ ଆଫ୍ରିକାର ମହାନ୍‌ କ୍ରିକେଟର ଏବି ଡିବିଲିୟର୍ସଙ୍କ ସହ କଥାବାର୍ତ୍ତା କରୁଛନ୍ତି। ସେ ପୂର୍ବରୁ ହିଁ ଶ୍ରୀଲଙ୍କାର ତିଳକରତ୍ନେ ଦିଲସାନ୍‌ ଓ ଉପୁଲ ଥରଙ୍ଗାଙ୍କ ସହ ଚୁକ୍ତି ସ୍ୱାକ୍ଷରିତ କରିସାରିଛନ୍ତି। ଏଥିସହ ପୂର୍ବ ଖେଳାଳି ସନଥ ଜୟସୂର୍ଯ୍ୟାଙ୍କୁ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ କରିଛନ୍ତି।

ମୁଲଗ୍ରେବର ଅଧ୍ୟକ୍ଷ ମିଲନ ପଲେନୟେଗମ୍‌ କହିଛନ୍ତି, ଏବେ ଭାରତର ପୂର୍ବ ଅଲରାଉଣ୍ଡର ଯୁବରାଜ ସିଂହ ଓ ୱେଷ୍ଟ ଇଣ୍ଡିଜ୍‌ର ଗେଲଙ୍କ ସହ କଥାବାର୍ତ୍ତା ଚାଲିଛି। ସେମାନେ ଖୁବ୍‌ଶୀଘ୍ର ତାଙ୍କ ସହ ଯୋଗ ଦେବା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.