IML ଲିଗ୍ ଫାଇନାଲରେ ରାଗିଗଲେ ଯୁବରାଜ ସିଂ, ବ୍ରାଏନ ଲାରା ଆସି ଭିଡ଼ି ନେଲେ : ଭିଡିଓ ଭାଇରଲ

ଇଣ୍ଟରନ୍ୟାସନାଲ୍ ମାଷ୍ଟର୍ସ ଲିଗ୍ ୨୦୨୫ ଟାଇଟଲ ଜିତିଲା ଭାରତ । ଫାଇନାଲରେ ଇଣ୍ଡିଆ ମାଷ୍ଟର୍ସ ଦଳ ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସକୁ ୬ ୱିକେଟରେ ପରାସ୍ତ କରି ଟ୍ରଫି ଜିତିଛି । ସଚିନ ତେନ୍ଦୁଲକରଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ମାଷ୍ଟର୍ସ ଇଣ୍ଟରନ୍ୟାସନାଲ ମାଷ୍ଟର୍ସ ଲିଗ୍ ଟାଇଟଲ ଜିତିଛି । କିନ୍ତୁ ଟାଇଟଲ ଜିତିବା ପରେ ଖୁବ ଚର୍ଚ୍ଚାରେ ରହିଛନ୍ତି ଯୁବରାଜ ସିଂ । ଏହି ମ୍ୟାଚରେ ଯୁବରାଜ ଏବଂ ଟିନୋ ବେଷ୍ଟଙ୍କ ମଧ୍ୟରେ ପାଟିତୁଣ୍ଡର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଯୁବରାଜ ବହୁତ ରାଗରେ ନଜର ଆସିଛନ୍ତି । ଏହାପରେ ୱେଷ୍ଟଇଣ୍ଡିଜ ମାଷ୍ଟର୍ସର ଅଧିନାୟକ ବ୍ରାଏନ ଲାରା ଦୁହିଁଙ୍କୁ ଅଲଗା ଅଲଗା କରିଥିଲେ ।
ଖବର ମୁତାବକ, ଟିନୋ ବେଷ୍ଟ ନିଜର ଓଭର ସାରିବା ପରେ ଆହତ କାରଣରୁ ମଇଦାନ ଛାଡି ବାହାରକୁ ଯିବାକୁ ଚାହୁଁଥିଲେ । କିନ୍ତୁ ଯୁବରାଜ ସିଂ ଏହାର ବିରୋଧ କରି ଅମ୍ପାୟରଙ୍କୁ ସୂଚନା ଦେଇଥିଲେ । ଏହାପରେ ଅମ୍ପାୟର ବେଷ୍ଟଙ୍କୁ ମଇଦାନରେ ରହିବାକୁ କହିଥିଲେ ।
କିନ୍ତୁ ୱେଷ୍ଟଇଣ୍ଡିଜ ଖେଳାଳି ଅମ୍ପାୟରଙ୍କ କଥା କିଛି ଶୁଣିନଥିଲେ । ଯୁବରାଜ ସିଂ ଏହା ଜାଣିବା ପରେ ପାଣିତୁଣ୍ଡ ଆରମ୍ଭ କରିଥିଲେ । ଦୁହେଁ ପରସ୍ପର ମଧ୍ୟରେ ଯୁକ୍ତିତର୍କ କରିଥିଲେ । ଯୁବରାଜ ବହୁତ ରାଗିଯାଇଥିଲେ । ଅମ୍ବାତି ରାୟଡୁ ଯୁବରାଜଙ୍କ ରୋକିଥିବା ବେଳେ ୱେଷ୍ଟଇଣ୍ଡିଜ ମାଷ୍ଟର୍ସର ଅଧିନାୟକ ବ୍ରାଏନ ଲାରା ଦୁହିଁଙ୍କୁ ଅଲଗା ଅଲଗା କରିଥିଲେ ।
Lafda with Yuvraj vs Tino best ☠️ #IMLT20Final #YuvrajSingh #IMLT20
— CricFreak69 (@Twi_Swastideep) March 16, 2025
ଏହାପରେ ଯୁବରାଜ ନିଜ ବ୍ୟାଟିଂ ଜରିଆରେ ଆକ୍ରାତ୍ମକ ରୂପ ଦେଖାଇଥିଲେ । ଛକା ମାରି ଟିନୋ ବେଷ୍ଟଙ୍କୁ ନିଜର ଅନ୍ଦାଜ ଦେଖାଇଥିଲେ । ୨୦୦୭ ଟି୨୦ ବିଶ୍ବକପ ସମୟରେ ଯୁବରାଜଙ୍କ ଏଭଳି ଅନ୍ଦାଜ ଦେଖିବାକୁ ମିଳିଥିଲା । ଯୁବରାଜ ଷ୍ଟ୍ରୁଆର୍ଟ ବ୍ରଡଙ୍କୁ ୬ ଛକା ମରି ନିଜ ରାଗ ଶାନ୍ତ କରିଥିଲେ ।
ସୂଚନାଯୋଗ୍ୟ, ଫାଇନାଲରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୧୪୮ ରନ କରିଥିଲା । ଓପନର ସ୍ମିଥ୍ ୪୫ ରନ୍ କରିଥିଲେ କିନ୍ତୁ ବ୍ରାଏନ୍ ଲାରା ଓ ୱିଲିୟମ ପାର୍କିସନ ୬ ରନ୍ କରି ଆଉଟ୍ ହୋଇଥିଲେ । ଶାହବାଜ ନଦୀମ ୪ ଓଭରରେ ମାତ୍ର ୧୨ ରନ ଦେଇ ୨ଟି ୱିକେଟ ନେଇଥିଲେ । ଲେଣ୍ଡଲ ସିମନ୍ସ ୫୭ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । କିନ୍ତୁ ନଦୀମଙ୍କ ବ୍ୟତୀତ ବିନୟ କୁମାର ମଧ୍ୟ ଭାରତ ପାଇଁ ବୋଲିଂରେ ବିପର୍ଯ୍ୟୟ ଘଟାଇଥିଲେ । କୁମାର ମ୍ୟାଚ୍ରେ ମୋଟ ୩ଟି ୱିକେଟ୍ ନେଇଥିଲେ।
ବ୍ୟାଟିଂରେ ଅମ୍ବାତି ରାୟୁଡୁ କମାଲ ପ୍ରଦର୍ଶନ କରିଥିଲେ । ସଚିନ ୨୫ ରନ କରି ଆଉଟ ହେବା ପୂର୍ବରୁ ରାୟୁଡୁ ସଚିନ ତେନ୍ଦୁଲକରଙ୍କ ସହ ୬୭ ରନର ଓପନିଂ ପାର୍ଟନରସିପ୍ କରିଥିଲେ । ଗୁରକିରତ ସିଂହ ମାନ ୧୪ ରନ କରି ଆଉଟ ହୋଇଥିଲେ। ରାୟୁଡୁ ୫୦ ବଲ୍ରେ ୭୪ ରନ୍ କରିଥିଲେ । ଜବାବରେ ଭାରତ ୧୭ ବଲ ବାକି ଥାଇ ଏହି ଲକ୍ଷ୍ୟକୁ ସହଜରେ ହାସଲ କରି ନେଇଥିଲା ।
Also Read : ଚାମ୍ପିଅନ୍ସ ହେବା ପରେ ଇଣ୍ଡିଆ ମାଷ୍ଟର୍ସ ଉପରେ ଟଙ୍କା ବର୍ଷା, ଏହି ଖେଳାଳି ହେଲେ ମାଲେମାଲ୍