ବଢ଼ିଲା ଯୁବରାଜ ସିଂହଙ୍କ ସମସ୍ୟା, ୟୁଜବେନ୍ଦ୍ର ଚହଲଙ୍କ ବିଷୟରେ ଦେଇଥିଲେ ଅଭଦ୍ର ଟିପ୍ପଣୀ; ଜାଣନ୍ତୁ ପୂରା ମାମଲା

ଟିମ୍‌ ଇଣ୍ଡିଆର ପୂର୍ବ କ୍ୟାପ୍‌ଟେନ୍‌ ଯୁବରାଜ ସିଂହଙ୍କ ଟେନ୍ସନ୍‌ କମିବାର ନାଁ ଧରୁନି। ପ୍ରଥମେ ବିସିସିଆଇ ତାଙ୍କୁ ସେୟଦ ମୁସ୍ତାକ୍‌ ଅଲ୍ଲୀ ଟ୍ରଫି ୨୦୨୧ରେ ଖେଳିବାକୁ ଅନୁମତି ଦେଇନଥିବା ବେଳେ ଏବେ ତାଙ୍କ ଉପରକୁ ଆଉ ଏକ ବିପଦ ମାଡ଼ି ଆସିଛି।

ରିପୋର୍ଟ ମୁତାବକ, ଗତବର୍ଷ ଯୁବରାଜ ସିଂହ ରୋହିତ ଶର୍ମାଙ୍କ ସହ ଲାଇଭ୍‌ ଚାଟ୍‌ କରୁଥିଲେ। ସେହି ସମୟରେ ସେ ୟୁଜବେନ୍ଦ୍ର ଚହଲଙ୍କ ଉପରେ ଏକ ଅପମାନ ଜନକ ଟିପ୍ପଣୀ ଦେଇଥିଲେ। ପରେ ଭିଡିଓଟି ଭାଇରାଲ ହୋଇଥିଲା ଓ ବିବାଦୀୟ ବୟାନ ଯୋଗୁ ସେ ଚହଲଙ୍କୁ କ୍ଷମା ମାଗିଥିଲେ।

yuvraj

ମାତ୍ର ପରେ ନ୍ୟାସନାଲ ଅଲାୟନ୍ସ ଓ ଦଳିତ ମାନବ ଅଧିକାରର ସଂଯୋଜକ ରଜତ କଲସନ୍‌ ଅଦାଲତରେ ଯୁବରାଜଙ୍କ ବିରୋଧରେ ପିଟିସନ୍‌ ଦାଖଲ କରିବା ପରେ ବିବାଦ ବଢ଼ିଥିଲା। ସେତେବେଳେ ସେ ଯୁବରାଜଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ଦଲିତ ସମାଜ ପାଇଁ ସେ ଯେଉଁ ଅଭଦ୍ର ଓ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ, ସେଥିପାଇଁ ହରିୟାଣା ପୋଲିସରେ ବି ମାମଲା ରୁଜୁ କରାଯାଇଥିଲା। ମାତ୍ର ଏବେ କେସ୍‌ ଚଣ୍ଡୀଗଡ଼ ପୋଲିସକୁ ହସ୍ତାନ୍ତର କରାଯାଇଛି। ଏବେ ଚଣ୍ଡୀଗଡ଼ ପୋଲିସ ମାମଲାର ତଦନ୍ତ କରିବ। କୋର୍ଟ ମାମଲାର ସ୍ଥିତି ଜାଣିବାକୁ ୪ ଏପ୍ରିଲରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ମାମଲାର ଆଗାମୀ ଶୁଣାଣି ଏପ୍ରିଲ ୪ରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.