ଦୀର୍ଘ ୫ ମାସ ପରେ ହେୟାର କଟ କଲେ ଯୁବରାଜ ସିଂ, ଭିଡିଓ ସେୟାର କରି ଲେଖିଲେ..

ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ପାଞ୍ଚ ମାସ ପରେ ନିଜର ହେୟାର କଟ କରିଛନ୍ତି । ନିକଟରେ ଏକ ଭିଡିଓ ସେୟାର କରି ୟୁଭି ନିଜ ପ୍ରଶଂସକମାନଙ୍କ ସହିତ ଏହି ସୂଚନା ସେୟାର କରିଥିଲେ । ସାରା ବିଶ୍ୱରେ କରୋନା ଯୋଗୁଁ ୟୁଭି ମଧ୍ୟ ସୋସିଆଲ ଡିଷ୍ଟାନସିଂ ପାଳନ କରୁଥିଲେ ଏବଂ ଏହି ସମୟ ମଧ୍ୟରେ ସେ ସେଲୁନ୍ନ ଯାଇ ନଥିଲେ।


ଆଜି ଯୁବରାଜ ସିଂ ନିଜର ହେୟାରକଟ ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ୟୁଭି ଲେଖିଛନ୍ତି, ‘2020 ବର୍ଷ ସମସ୍ତଙ୍କ ପାଇଁ ଏକ ଦୁଃସ୍ବପ୍ନ ଏବଂ ଗତ ପାଞ୍ଚ ମାସ ହେଲା ମୋ କେଶ ଏହିପରି ଅଛି । କିନ୍ତୁ ମୋର ଡାଇନୋସର କ୍ୟାପ୍ (କେଶ କାଟିବା ପାଇଁ ବ୍ୟବହୃତ କଭର) ବିଷୟରେ ଆପଣ କ’ଣ କହିବେ ?

ଯଦିଓ ଏହି ଷ୍ଟାଇଲିସ୍ ଲେଫ୍ଟହ୍ୟାଣ୍ଡର ପ୍ରଶଂସକମାନଙ୍କ ସହିତ ନିଜର ନୂଆ ହେୟାର କଟ ଲୁକ୍ ସେୟାର କରିନାହାଁନ୍ତି । ବୋଧହୁଏ ୟୁଭି ଏହା କରିବାକୁ ଆଉ କିଛି ସମୟ ନେବେ । ତେବେ ଏହା ମଧ୍ୟରେ ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମ ୟୁଭିଙ୍କ ଲମ୍ବା କେଶର ଲୁକକୁ ‘ଲଭ ଇଟ’ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.