ଆଇପିଏଲକୁ ଫେରୁଛନ୍ତି ଯୁବରାଜ, ହୋଇପାରନ୍ତି ଏହି ଟିମର କୋଚ୍

ଭାରତୀୟ ଟିମର ପୂର୍ବତନ କ୍ରିକେଟର ଯୁବରାଜ ସିଂ ଖୁବଶୀଘ୍ର ଆଇପିଏଲକୁ ଫେରୁଛନ୍ତି । ଦୀର୍ଘ ୬ ବର୍ଷ ପରେ ଆଇପିଏଲକୁ ଯୁବରାଜ ଫେରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଖେଳାଳି ନୁହେଁ ବରଂ କୋଚ୍ ଭାବେ ଯୁବରାଜ ଟିମକୁ ଫେରୁଛନ୍ତି ।
ରିପୋର୍ଟ ମୁତାବକ, ଗୁଜରାଟ ଟାଇଟନ୍ସର ବର୍ତ୍ତମାନ କୋଚ ଆଶିଷ ନେହେରା ଏବଂ ବିକ୍ରମ ସୋଲାଙ୍କୀ ମେଗା ଅକ୍ସନ ପୂର୍ବରୁ ଟିମରୁ ଅଲଗା ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଯଦି ଏପରି ହୁଏ, ତେଣୁ ଫ୍ରାଞ୍ଚାଇଜ ଯୁବରାଜଙ୍କ ସହିତ ଯୋଗାଯୋଗ କରୁଛି । ଯଦିଓ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତତା ମିଳିନାହିଁ, କିନ୍ତୁ ଦଳର ମେଣ୍ଟର ଗ୍ୟାରୀ କର୍ଷ୍ଟନ ତାଙ୍କ ପଦ ଛାଡିବା ପରେ ଗୁଜରାଟ ଟାଇଟାନ୍ସରେ ପରିବର୍ତ୍ତନ ଆରମ୍ଭ ହୋଇଛି ।
ଗୁଜରାଟ ଟାଇଟାନ୍ସର କୋଚିଂ ଷ୍ଟାଫରେ ଅନେକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଗୁଜରାଟ ଟାଇଟାନ୍ସର ବର୍ତ୍ତମାନର କୋଚିଂ ଷ୍ଟାଫ୍ ରେ ଆଶିଷ କପୁର, ନଇମ୍ ଅମିନ, ନରେନ୍ଦ୍ର ନେଗି ଏବଂ ମିଥୁନ ମନହାସ ମଧ୍ୟ ରହିଛନ୍ତି । କିନ୍ତୁ ସେମାନେ ସମସ୍ତେ ନୂତନ ସୁଯୋଗ ଖୋଜିବା ଆରମ୍ଭ କରିଛନ୍ତି । ଏହାବ୍ୟତୀତ ଆଇପିଏଲ୍ ୨୦୨୫ ଆରମ୍ଭ ହେବା ପୂର୍ବରୁ ଆଦାନୀ ଗ୍ରୁପ୍ ଗୁଜରାଟ ଟାଇଟାନ୍ସର ସେୟାର୍ କିଣିପାରେ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମନ ଗିଲଙ୍କ ମେଣ୍ଟର ହେଉଛନ୍ତି ଯୁବରାଜ ସିଂ । ତେଣୁ ଟିମ୍ ସହିତ ଯୁବରାଜ ଯୋଡି ହୋଇପାରନ୍ତି । ସେପଟେ ୟୁବରାଙ୍କୁ ଆଇପିଏଲରେ କୋଚିଂରେ କୌଣସି ଅନୁଭବ ନାହିଁ । ଯୁବରାଜ ଆଇପିଏଲରେ ଶେଷ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ । ଯୁବରାଜ ନିଜ କ୍ୟାରିଅରରେ ୧୩୨ ମ୍ୟାଚରେ ୨୭୫୦ ରନ୍ ଏବଂ ୩୬ ଓ୍ଵିକେଟ ନେଇଛନ୍ତି । ଯୁବରାଜ ଆଇପିଏଲ ପାଇଁ ପଞ୍ଜାବ କିଙ୍ଗସ, ପୁଣେ ଓ୍ଵାରିଅର୍ସ, ଆରସିବି, ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି ।