ଲମ୍ବା କେଶ ସହିତ ନୂଆ ଲୁକ୍ ସେୟାର କଲେ ଯୁବରାଜ, ପୂର୍ବତନ ପ୍ରେମିକା ଦେଲେ ଏମିତି କମେଣ୍ଟ
ଟିମ୍ ଇଣ୍ଡିଆର ପୂର୍ବ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂ ଏବେ ନୂଆ ଲୁକକୁ ନେଇ ଚର୍ଚ୍ଚାରେ। ୟୁବି ଏବେ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋକୁ ଦେଖିବା ପରେ ସମସ୍ତେ କମେଣ୍ଟ କରିବାରେ ଲାଗିଛନ୍ତି। ଆଉ ଏଥିରୁ ବାଦ ପଡିନାହାନ୍ତି ୟୁବିଙ୍କ ପୂର୍ବତନ ପ୍ରେମିକା ତଥା ବଲିଉଡ ଅଭିନେତ୍ରୀ କିମ୍ ଶର୍ମା। କିମ୍ ମଧ୍ୟ ୟୁବିଙ୍କ ଫଟୋରେ କମେଣ୍ଟ ଦେଇଛନ୍ତି।
କିମ୍ ପୂର୍ବରୁ ଯୁବରାଜଙ୍କ ସହିତ ରିଲେସପସିପ୍ ନେଇ ବେଶ ଚର୍ଚ୍ଚାରେ ରହିଥିଲେ। ୨୦୦୩ରେ କିମ୍ ଏବଂ ଯୁବରାଜଙକ ସମ୍ପର୍କକୁ ବେଶ ଚର୍ଚ୍ଚା ଚାଲିଥିଲା। ଦୁହେଁ ପରସ୍ପରକୁ ୪ ବର୍ଷ ପର୍ଯ୍ଯନ୍ତ ରିଲେସନସିପରେ ରହିଥିଲେ। କିନ୍ତୁ ଦୁହିଁଙ୍କ ମଧ୍ୟରେ ଭଲ ବୁଝାମଣା ନଥିଲା ବୋଲି ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।
View this post on Instagram
ଯୁବରାଜ ନୂଆ ଲୁକରେ ଲମ୍ବା ଲମ୍ବା ଚୁଟି ରଖିଥିବା ନଜର ଆସିଛନ୍ତି। ଲକଡାଉନ ସମୟରେ ଯୁବରାଜ ନିଜର କେଶକୁ ବଢାଇଥିଲେ। ଜଣାଶୁଣା ହେୟାର ଷ୍ଟାଇଲିସ ଆଲିମ ହକିମ ଯୁବରାଜଙ୍କ ଏପରି ନୂଆ ଲୁକ୍ ଦେଇଛନ୍ତି। ଏହି ନୂଆ ଲୁକ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋ ସେୟାର କରି ଯୁବରାଜ କିପରି ତାଙ୍କ ନୂଆ ଲୁକ୍ ରହିଛି ବୋଲି ପ୍ରଶ୍ନ କରିଛନ୍ତି। ଏଥିରେ କିମ୍ କମେଣ୍ଟ ଦେଇଛନ୍ତି। କମେଣ୍ଟରେ କିମ୍ ମୁହଁ ବନ୍ଦ ଥିବା ଇମୋଜି ସେୟାର କରିଛନ୍ତି। ଯାହାର ଅର୍ଥ କି, ନୂଆ ଲୁକ୍କୁ ନେଇ କୌଣସି ଶବ୍ଦ ନାହିଁ ବୋଲି କହିଛନ୍ତି। କେବଳ କିମ୍ ନୁହେଁ ଶିଖର ଧୱନ, ବାଦଶାହ ମଧ୍ୟ କମେଣ୍ଟ ଦେଇଛନ୍ତି।
View this post on Instagram