କ୍ରୀଡା

ରିଷଭଙ୍କ ମନୋବଳ ବଢାଇବା ପାଇଁ ପହଞ୍ଚିଲେ ରିଷଭ ପନ୍ତ, ଟ୍ଵିଟରରେ ସେୟାର କଲେ ଫଟୋ

ରିଷଭଙ୍କୁ ଦେଖା କରିବାକୁ ପହଞ୍ଚିଲେ ଯୁବରାଜ ସିଂ । ଟ୍ଵିଟରରେ ଯୁବରାଜ ରିଷଭଙ୍କ ସହିତ ବସିଥିବାର ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ପସନ୍ଦ ମଧ୍ୟ କରୁଛନ୍ତି । ଯୁବରାଜ ରିଷଭଙ୍କ ମନୋବଳ ବଢାଇବା ପାଇଁ ସେଠାରେ ପହଞ୍ଚିଛନ୍ତି ।
ଟିମ ଇଣ୍ଡିଆ ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଆଉ ଏହି ସିରିଜରେ ଭାରତୀୟ ଫ୍ୟାନ୍ସ ସବୁଠାରୁ ଅଧିକ ରିଷଭ ପନ୍ତଙ୍କୁ ମିସ୍‌ କରିଛନ୍ତି । ଗତବର୍ଷ ଡିସେମ୍ବର ୩୦ ତାରିଖରେ ରିଷଭଙ୍କ କାର ଦୁର୍ଘଟଣା ହୋଇଥିଲା । ଗୋଡ ଲିଗାମେଣ୍ଟ ଭାଙ୍ଗି ଯାଇଥିଲା । ଲିଗାମେଣ୍ଟ ସର୍ଜରୀ ପରେ ଏବେ ରିଷଭ ଧୀରେ ଧୀରେ ବାଡି ଧରି ଚାଲିବାକୁ ଚେଷ୍ଟା କରୁଛନ୍ତି । ଆଉ ରିଷଭଙ୍କୁ ଦେଖାକରିବା ପାଇଁ ପହଞ୍ଚିଥିଲେ ଯୁବରାଜ ସିଂ ।

ତେବେ ରିଷଭଙ୍କ କମ୍‌ବ୍ୟାକ୍‌ ନେଇ କ୍ରିକେଟ୍ ଜଗତର ପ୍ରତ୍ୟେକ ଖେଳାଳି ଏବଂ ପ୍ରଶଂସକ ପ୍ରାର୍ଥନା କରୁଛନ୍ତି । ଯୁବରାଜ ସିଂ ପନ୍ତଙ୍କୁ ଭେଟିବାକୁ ଆସିଥି ଟ୍ୱିଟରରେ ଯୁବ ବ୍ୟାଟ୍ସମ୍ୟାନଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଚାମ୍ପିଅନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି।

ଟ୍ଵିଟରରେ ଫଟୋ ପୋଷ୍ଟ କରି ଯୁବରାଜ ଲେଖିଛନ୍ତି, ‘ଅନ୍‌ ଟୁ ବେବି ଷ୍ଟେପ’ ! ଏହି ଚାମ୍ପିଅନ୍ ପୁନର୍ବାର ଉଠିବାକୁ ଯାଉଛନ୍ତି । ପରସ୍ପର ସହିତ ସାକ୍ଷାତ କରି ହସିବା ବହୁତ ଭଲ ଥିଲା । ସକାରାତ୍ମକ ଏବଂ ମଜାଳିଆ ଲୋକ । ଭଗବାନ ତୁମକୁ ଅଧିକ ଶକ୍ତି ଦିଅନ୍ତୁ ।

ସୂଚନାଯୋଗ୍ୟ, ୨୦୨୨ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଟ୍ରଫି ପାଇବାରେ ଯୁବରାଜ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଟୁର୍ନାମେଣ୍ଟର ଖେଳାଳି ଥିଲେ ଏବଂ ଚାରିଜଣ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମଧ୍ୟ ଜିତିଥିଲେ । ଏହା ପରେ ସେ ଏକ ମାରାତ୍ମକ କର୍କଟ ରୋଗର ଶିକାର ହୋଇ କ୍ରିକେଟ୍ ଠାରୁ ଦୂରେଇ ଯାଇଥିଲେ। କ୍ରିକେଟକୁ ଫେରିବା ନେଇ ସମସ୍ତେ ଆଶା ଛାଡିଥିଲେ। କିନ୍ତୁ ଏହି ଯୋଦ୍ଧା ହାର ମାନିଲେ ନାହିଁ, କର୍କଟ ରୋଗକୁ ପରାସ୍ତ କରିବା ପରେ ସେ ପୁଣି କ୍ରିକେଟ୍ ଖେଳିବା ଆରମ୍ଭ କଲେ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago