ପୁଣି ମଇଦାନକୁ ଓହ୍ଲାଇବେ ଯୁବରାଜ, ପଞ୍ଜାବ ପାଇଁ ଟି-୨୦ ଟୁର୍ନାମେଣ୍ଟରେ ଦେଖାଇବେ ଦମ୍

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଯୁବରାଜ ସିଂହ ପୁଣି ଥରେ କ୍ରିକେଟ୍ ମଇଦାନରେ ନଜର ଆସିପାରନ୍ତି । କୋଭିଡ୍-୧୯ ମହାମାରୀ କାରଣରୁ କ୍ରିକେଟର ବିଭିନ୍ନ ସ୍ତରରେ ଲାଗିଥିବା ବ୍ରେକ୍ ପରେ ଭାରତରେ ସୟଦ ମୁସ୍ତାକ୍ ଅଲ୍ଲୀ ଟି-ଟ୍ବେଣ୍ଟି କ୍ରିକେଟ ସହିତ ଡୋମେଷ୍ଟିକ୍ କ୍ରିକେଟ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ପଞ୍ଜାବ ପକ୍ଷରୁ ୩୦ ଜଣିଆ ସମ୍ଭାବିତ ଦଳ ଘୋଷଣା କରାଯାଇଛି ।

ତେବେ ଏହି ଲିଷ୍ଟରେ ଯୁବରାଜ ସିଂହଙ୍କ ନାଁ ମଧ୍ୟ ରହିଛି । ଗତ ବର୍ଷ ଯୁବରାଜ କ୍ରିକେଟର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହା ପରେ ପଞ୍ଜାବ କ୍ରିକେଟ ଆସୋସିଏସନ୍ ଯୁବରାଜଙ୍କୁ ଅନୁରୋଧ କରିବା ପରେ ସେ ରାଜି ହୋଇଛନ୍ତି । କିଛି ଦିନ ପୂର୍ବରୁ ଯୁବରାଜ ମୋହାଲୀର ପିସିଏ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ନଜର ଆସିଥିଲେ । ସେ ତାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ ।

 

View this post on Instagram

 

A post shared by Yuvraj Singh (@yuvisofficial)

ତେବେ ସେ କ୍ରିକେଟ୍ ଖେଳିପାରିବେ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପିସିଏର ସେକ୍ରେଟେରୀ ପୁନୀତ ବାଲି କହିଛନ୍ତି ଯେ, ଆମେ ବର୍ତ୍ତମାନ ବିସିସିଆଇର ଜବାବକୁ ଅପେକ୍ଷା କରିଛୁ । ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ବେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଆସନ୍ତା ଜାନୁଆରୀ ୧୦ରୁ ଆରମ୍ଭ ହେବ ଏବଂ ଏହା ୩୧ ଜାନୁଆରୀ ଯାଏଁ ଚାଲୁ ରହିବ ।

Leave A Reply

Your email address will not be published.