ଜନ୍ମର ୪ ମାସ ପରେ ପୁଅର ପ୍ରଥମ ଝଲକ୍‌ ଦେଖାଇଲେ ଯୁବରାଜ ସିଂ…ମଦର୍ସ ଡେ’ରେ ଫ୍ୟାନମାନଙ୍କ ସହ ସେୟାର କଲେ ଏହି ଇମୋସନାଲ୍‌ ଭିଡିଓ

ଟିମ୍‌ ଇଣ୍ଡିଆକୁ ଦୁଇଟି ବିଶ୍ୱକପ୍‌ ଜିତାଇଥିବା ପୂର୍ବତନ କ୍ରିକେଟର ଯୁବରାଜ ସିଂ ନିଜ ପତ୍ନୀ ହେଜଲ୍‌ କିଚ୍‌ଙ୍କ ସହ ପୁଅର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଜନ୍ମର ୪ ମାସ ପରେ ପୁଅର ଫଟୋ ଏବଂ ଭିଡିଓ ସେୟାର କରି ସେ ଫ୍ୟାନମାନଙ୍କୁ ଭାବପ୍ରବଣ କରି ଦେଇଛନ୍ତି। କହି ରଖୁଛୁ ଯେ ଯୁବରାଜ ସିଂଙ୍କ ପତ୍ନୀ ତଥା ଅଭିନେତ୍ରୀ ହେଜଲ୍‌ କିଚ୍‌ ଚଳିତ ବର୍ଷ ଜାନୁଆରୀରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ଯୁବରାଜ ସିଂ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ପୁଅକୁ କୋଳରେ ଧରି ବସି ଥିବାର ଦେଖା ଯାଉଛନ୍ତି। ଏହି ସମୟରେ ସ୍ୱାମୀ, ସ୍ତ୍ରୀ ଦୁହେଁ ହସ୍ପିଟାଲରେ ନଜର ଆସୁଛନ୍ତି। ଭିଡିଓରେ ଯୁବରାଜ, ହେଜଲ୍‌ କିଚ୍‌ଙ୍କର ମା’ ରୂପରେ ୯ ମାସର ଯାତ୍ରାକୁ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି। ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି ଯେ ‘ଏହି ମଦର୍ସ ଡେ’ରେ ଜଣେ ବାପା ହିସାବରେ ନିଜର ଜର୍ଣ୍ଣି ବିଷୟରେ ସେୟାର କରିବା ପାଇଁ ମୁଁ ଉତ୍ସାହିତ ଅଛି। ମୁଁ ବିଶ୍ୱାସ କରେ ଯେ ମାଆ, ବାପା ରୂପେ ଆମେ ଯେଉଁ କାମକୁ ସବୁଠାରୁ ଭଲ ଭାବରେ କରି ପାରିବା, ତାହା ହେଉଛି ପାଳନ ପୋଷଣରେ ସମାନ ଭାଗୀଦାରୀ ରଖିବା। ଡାୟପରିଙ୍ଗ୍‌ ହେଉ କି ଫିଡିଙ୍ଗ୍‌, ମୁଁ ସବୁବେଳେ ଶିଖୁ ଥିଲି, କିନ୍ତୁ ହେଜଲ୍‌ ଏହି ମାମଲାରେ ବିଲ୍‌କୁଲ ଠିକ୍‌ ଥିଲେ’।

ଯଦିଓ ଏହି ଭିଡିଓରେ ଯୁବରାଜ ସିଂ ପୁଅର ମୁହଁକୁ ଦେଖାଇ ନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ଫ୍ୟାନ ମାନେ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରୁଛନ୍ତି ଏବଂ ବିଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି।

୨୦୧୬ରେ ଯୁବରାଜ ଓ ହେଜଲ୍‌ ବିବାହ କରିଥିଲେ

କହି ରଖୁଛୁ, ଯୁବରାଜ ସିଂ, ହେଜଲ୍‌ କିଚ୍‌ଙ୍କ ସହ ୨୦୧୫ ନଭେମ୍ବର ୧୨ରେ ନିର୍ବନ୍ଧ କରିଥିଲେ। ପରେ ଦୁହେଁ ୨୦୧୬ ନଭେମ୍ବର ୩୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଯୁବରାଜ ଶିଖ୍‌ ଧର୍ମାବଲମ୍ବୀର ହୋଇଥିବା ସତ୍ତ୍ୱେ ଇସାଇ ଧର୍ମର ଝିଅ ତଥା ଅଭିନେତ୍ରୀ ହେଜଲ୍‌ଙ୍କ ହାତ ଧରିଥିଲେ। ବିବାହର ୫ ବର୍ଷ ପରେ ଦୁହେଁ ଏକ ଶିଶୁ ପୁତ୍ରର ମାଆ, ବାପା ହୋଇଥିଲେ। ଗତବର୍ଷ ନଭେମ୍ବର ୩୦ରେ ଏହି କପଲ୍‌ ନିଜର ୫ମ ବିବାହ ବାର୍ଷିକୀ ପାଳନ କରିଥିଲେ।

ସୂଚନାଥାଉ କି, ଯୁବରାଜ ସିଂ ଭାରତକୁ ୨୦୦୭ ମସିହାର ଟି-୨୦ ବିଶ୍ୱକପ୍‌ ଏବଂ ୨୦୧୧ର କ୍ରିକେଟ୍‌ ବିଶ୍ୱକପ୍‌ ଦେବାରେ ବଡ଼ ଭୂମିକା ନିଭାଇଥିଲେ।

 

View this post on Instagram

 

A post shared by Yuvraj Singh (@yuvisofficial)

Leave A Reply

Your email address will not be published.