ମଇଦାନକୁ ପୁଣି ଫେରିବେ କି ଯୁବରାଜ ସିଂହ, କ’ଣ ନିଷ୍ପତ୍ତି ନେବ BCCI

ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ବିଶ୍ୱକପ ହିରୋ ଯୁବରାଜ ସିଂ ପୁଣି ଥରେ ଗ୍ରାଉଣ୍ଡକୁ ଫେରିବାକୁ ଚାହୁଁଛନ୍ତି। ଏ ସମ୍ପର୍କରେ ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଅବସର ନେଇ ଫେରିବା ପାଇଁ ଏକ ଚିଠି ଲେଖିଛନ୍ତି। ଏହା ପରେ ଆସନ୍ତା ସିଜିନ ପାଇଁ ସେ ଘରୋଇ କ୍ରିକେଟ୍ ରେ ପଞ୍ଜାବ ପାଇଁ ଖେଳୁଥିବା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଏକ ସାକ୍ଷାତକାରରେ ସୌରଭଗାଙ୍ଗୁଲି କହିଛନ୍ତି, ଅବସର ଗ୍ରହଣରୁ ବିସିସିଆଇକୁ ସେ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ ଯେ ଯୁବରାଜ ସିଂ ଗତ ବର୍ଷ ୧୦ ଜୁନରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ।

yuviଅବସରରୁ ଫେରିବା ନିଷ୍ପତ୍ତି ବିଷୟରେ ଯୁବରାଜ ସିଂ କହିଛନ୍ତି, ‘ମୁଁ ମୋହାଲିର ପିସିଏ ଷ୍ଟାଡିୟମରେ ଶୁଭମାନ ଗିଲ, ଅଭିଷେକ ଶର୍ମା, ପ୍ରଭାସୀମ୍ରନ୍ ସିଂ, ଅନମୋଲପ୍ରୀତ ସିଂଙ୍କ ପରି ପଞ୍ଜାବର ଯୁବ କ୍ରିକେଟରଙ୍କ ସହ କିଛି ସମୟ କଟାଇଥିଲି। ମୁଁ ତାଙ୍କ ସହିତ ଖେଳର ବିଭିନ୍ନ ଦିଗ ବିଷୟରେ କଥାବାର୍ତ୍ତା କଲି | କଥାବାର୍ତ୍ତା ପରେମୁଁ ଅନୁଭବ କଲି ଯେ ମୁଁ ସେମାନଙ୍କୁ ଯାହା କିଛି ବି କହୁଛି ସେମାନେ ବୁଝିପାରୁଥିଲେ।
ସୂଚନା ମୁତାବକ ଯୁବରାଜ ସିଂ ଅବସର ପରେ ପଞ୍ଜାବ କ୍ରିକେଟ ସଂଘ ସନ୍ୟାସ ନିଷ୍ପତ୍ତିକୁ ଫେରାଇ ନେଇ ପୁଣି ଥରେ ପଞ୍ଜାବ ଟିମ୍‌ ରେ ପରାମର୍ଶଦାତା ଭାବେ ଖେଳିବାକୁ ଅନୁରୋଧ କରିଥିଲେ। ଏନେଇ ଯୁବରାଜ କହିଛନ୍ତି, ‘ମୋତେ ସେହି ଯୁବ ଖେଳାଳିଙ୍କୁ ଖେଳର ଆଉ କିଛି ଦିଗ କହିବା ପାଇଁ ଫିଲ୍ଡକୁ ଯିବାକୁ ପଡିଲା। ଫିଲ୍ଡରେ ଅବତରଣ କରିବା ପରେ ମୁଁ ଯେଉଁଭଳି ଭାବରେ ବଲ୍ ମାରିଲି, ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଥିଲି, ଯେତେବେଳେ କି ମୁଁ ଦୀର୍ଘ ସମୟ ଧରି ବ୍ୟାଟ୍ ଧରି ନଥିଲି |
ଦକ୍ଷତା

ଅବସର ପରେ ପ୍ରତ୍ୟାହାର ପାଇଁ ଯୁବରାଜ ବିସିସିଆଇକୁ ପଠାଇଛନ୍ତି ମେଲ

yuvraj1ରିପୋର୍ଟ ଅନୁଯାୟୀ, ଯୁବରାଜ ସିଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କୁ ତାଙ୍କ ଅବସର ପ୍ରତ୍ୟାହାର ପାଇଁ ଏକ ମେଲ ପଠାଇଛନ୍ତି ଏବଂ ଏଥିପାଇଁ ଅନୁମତି ମାଗିଛନ୍ତି। ଏହା ସହ ସେ କହିଛନ୍ତି, ‘ଶୁଭମନ ଟିମ୍ ଇଣ୍ଡିଆ ପାଇଁ ଖେଳୁଛନ୍ତି ଏବଂ ମୋତେ ଲାଗୁଛି ଯେ ଅନ୍ୟ ତିନି ଖେଳାଳିଙ୍କର ମଧ୍ୟ ବହୁତ ଦକ୍ଷତା
ଅଛି। ଯଦି ମୁଁ ସେହି ଖେଳାଳୀ ଏବଂ ପଞ୍ଜାବ କ୍ରିକେଟ୍ ପାଇଁ କୌଣସି ପ୍ରକାରେ ଯୋଗଦାନ କରିବାକୁ ସକ୍ଷମ, ତେବେ ଏହାଠାରୁ କିଛି ଭଲ ହୋଇପାରିବ ନାହିଁ |’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.