କ୍ରିକେଟର ଯୁବରାଜ ସିଂହଙ୍କ ଘରକୁ ଆସିଲେ ନୂଆ ଅତିଥି, ଦ୍ୱିତୀୟ କନ୍ୟାସନ୍ତାନର ସୌଭାଗ୍ୟ ଲାଭ କଲେ
ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଓ ପତ୍ନୀ ହେଜଲ କିଚ୍ କନ୍ୟା ସନ୍ତାନ ପାଇବାର ସୌଭାଗ୍ୟ ଲାଭ କରିଛନ୍ତି । ଅର୍ଥାତ ପୁଣି ଥରେ ଯୁବରାଜ ସିଂହ ଶିଶୁ କନ୍ୟା ଓରାର ବାପା ହେବାକୁ ଯାଉଛନ୍ତି । ଯୁବରାଜ ପତ୍ନୀ ଓ କନ୍ୟା ସହ ହସପିଟାଲର ଫଟୋ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଯୁବରାଜ ତାଙ୍କ କନ୍ୟା ଓରାକୁ କୋଳରେ ଧରିଥିବା ବେଳେ ପତ୍ନୀ ହେଜଲ ପୁଅକୁ କୋଳରେ ଧରିଥିବାର ଫଟୋରେ ଦେଖିବାକୁ ମିଳିଛନ୍ତି । ଯୁବରାଜ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି ‘ଆମେ ଆମ କନ୍ୟା ସନ୍ତାନ ଓରାକୁ ପାଇ ଖୁସି ଥିବାରୁ ତା’ପାଇଁ ଅନିଦ୍ରାରେ ବିତାଇଥିବା ରାତି ବି ସୁଖକର ହୋଇଛି ।
ଯୁବରାଜ ଓ ହେଜଲ ୨୦୧୬ ମସିହାରେ ବିବାହ କରିଥିଲେ । ଗତବର୍ଷ ଉଭୟ ଦମ୍ପତି ତାଙ୍କର ପ୍ରଥମ ସନ୍ତାନ ଭାବେ ପୁତ୍ର ଓରିଅନକୁ ପାଇବାର ସୌଭାଗ୍ୟ ଲାଭ କରିଥିଲେ । ଆମର ଛୋଟ ପ୍ରିନସେସ ଓରା ଆମ ପରିବାରକୁ ପୂର୍ଣ୍ଣ କରିଥିବାରୁ ତା’ ପାଇଁ କଟାଇଥିବା ନିଦ୍ରାବିହୀନ ରାତି ବି ଆନନ୍ଦକର ହୋଇ ପାରିଛି ବୋଲି ଯୁବରାଜ ତାଙ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି । ଯୁବରାଜଙ୍କୁ ଇନଷ୍ଟାଗ୍ରାମରେ ତାଙ୍କ କନ୍ୟା ସନ୍ତାନ ପାଇଁ ଫଲୋରର୍ସଙ୍କର ଶୁଭେଚ୍ଛା ବାର୍ତ୍ତା ମିଳିବାରେ ଲାଗିଛି ।