କୋଭିଡ ଯୁଦ୍ଧରେ ସହାୟତାର ହାତ ବଢାଇଲେ ଯୁବରାଜ, ଦେଶର ଅନେକ ହସପିଟାଲକୁ ଯୋଗାଇବେ ହଜାରେ ବେଡ୍

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂଙ୍କ ଫାଉଣ୍ଡେସନ YouWeCan ଏକ ବଡ ଘୋଷଣା କରିଛି। ଭାରତରେ କୋଭିଡ-୧୯ ରୋଗୀଙ୍କ ଦେଖାଶୁଣା କରିବା ପାଇଁ ବିଭିନ୍ନ ହସପିଟାଲରେ ୧ ହଜାର ବେଡ ଲଗାଇବା ପାଇଁ ଘୋଷଣା କରିଛନ୍ତି।

ଏହାକୁ ନେଇ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ, ୱାନ ଡିଜିଟାଲ ଏଣ୍ଟରଟେନମେଣ୍ଟ ସହିତ ଏହାକୁ ଆରମ୍ଭ କରାଯିବ। ଏହାର ଲକ୍ଷ୍ଯ ରୋଗୀଙ୍କୁ ଅକ୍ସିଜେନ ସୁବିଧା, ବେଡ, ଭେଣ୍ଟିଲେଟର ଇତ୍ଯାଦି ଆବଶ୍ଯକୀୟ ଚିକିତ୍ସା ଉପକରଣ ପ୍ରଦାନ କରି ସବୁ ହସପିଟାଲର କ୍ଷମତାକୁ ମଜବୁତ କରିବାକୁ ହେବ।
କରୋନାର ଦ୍ବିତୀୟ ଲହର ଯୋଗୁଁ ସମଗ୍ର ଭାରତ ବର୍ଷ ହନ୍ତସନ୍ତ ହେଉଛି। ଏଥିପାଇ ଯୁବରାଜ କହିଛନ୍ତି, ଆମେ ସମସ୍ତେ ନିଜର ପ୍ରିୟଜନଙ୍କୁ ହରାଇଛେ ଏବଂ ଅଗଣିତ ଲୋକ ଅକ୍ସିଜେନ, ଆଇସିୟୁ, ଭେଣ୍ଟିଲେଟର ଯୋଗୁ ସଂଘର୍ଷ କରି ଜୀବନ ମଧ୍ୟହରାଉଛନ୍ତି। ଆମ ଫାଉଣ୍ଡେସନ ଦ୍ବାରା ଲୋକଙ୍କୁ ସାହାଯ୍ଯ କରିବା ସହିତ କେନ୍ଦ୍ର ତଥା ରାଜ୍ଯ ସରକାରଙ୍କ ସାହାଯ୍ଯ କରିବାକୁ ଚାହୁଁଛୁ।

YouWeCan ଫାଉଣ୍ଡେସନ ପକ୍ଷରୁ ଦିଲ୍ଲୀ, ପଞ୍ଜାବ, ହରିଆନା, ଉତ୍ତରପ୍ରଦେଶ, ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା, କର୍ନାଟକ ଏବଂ ମଧ୍ୟପ୍ରଦେଶରେ ହସପିଟାଲରେ ବେଡ ଲଗାଇବା କାର୍ଯ୍ଯ ଆରମ୍ଭ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.