ହ୍ୟାପି ବାର୍ଥ ଡ଼େ ଚହଲ: ଏକ ମାତ୍ର ଖେଳାଳି ଯିଏ ଉଭୟ ଚେସ ଓ କ୍ରିକେଟରେ ଭାରତର ପ୍ରତିନିଧିତ୍ବ କରିଛନ୍ତି

ଏଯାବତ କ୍ରିକେଟ ଜଗତର ଅନ୍ୟତମ ତାରକା ଯୁଜୁବେନ୍ଦ୍ର ଚହଲ ୧୨୭ ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିସାରିଥିବା ବେଳେ ୧୯୨ ଵିକେଟ ନେଇଛନ୍ତି । ପୁରୁଷ ବର୍ଗ କ୍ରିକେଟରେ ସେ ହେଉଛନ୍ତି ଜଣେ ଦ୍ରୁତ ବୋଲର । ଆଉ ମଧ୍ୟ ଚହଲ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ଟି ୨୦ ମ୍ୟାଚରେ ୫ ଟି ଵିକେଟ ନେଇଛନ୍ତି । ହୁଏତ ଅନେକେ ଜାଣିନଥିବେ ଚହଲ ଖାଲି କ୍ରିକେଟ ଖେଳନ୍ତିନି । ଚେସ ପ୍ରତି ବି ତାଙ୍କର ବି ଦୁର୍ବଳତା ଥିଲା । ଏମିତିକି ଚହଲ ଜଣେ ଫୁଟଵଲ ଫ୍ୟାନ ମଧ୍ୟ । ସେ କ୍ରିଷ୍ଟିଆନୋ ରୋନାଲଡୋ ଓ ରିଅଲ ମାଦରିଦଙ୍କୁ ସପୋର୍ଟ କରନ୍ତି । ଆରମ୍ଭରୁ ଚହଲ ଜଣେ ମାଧ୍ୟମ ଧରଣର ପେସ ବୋଲର ଥିଲେ । କିନ୍ତୁ ପରେ ଲେଗ ସ୍ପିନ ପ୍ରତି ଅଧିକ ଧ୍ୟାନ ଦେଇଥିଲେ । ଆଉ ସେହିଥିରେ ପାରଦର୍ଶିତା ହାସଲ କରିଥିଲେ । ୨୦୧୬ରେ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଡେବ୍ୟୁ କରିଥିଲେ ଚହଲ । କିନ୍ତୁ ଆଇପିଏଲରେ ଚହଲ ଅଧିକ ଲୋକ ଲୋଚନକୁ ଆସିଥିଲେ । ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ସେ ରୟାଲ ଚେଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳି ଆସୁଛନ୍ତି ।

କିନ୍ତୁ ଆଉ ଗୋଟେ ସ୍ବପ୍ନ ବି ଦେଖିଛନ୍ତି ଚହଲ । କ୍ୟାଟ୍ରିନା କେଫଙ୍କ ସହିତ ଥରେ ଡେଟରେ ଯିବାକୁ ତାଙ୍କର ଖୁବ ଇଛା । ନିଜ ମନ୍ତବ୍ୟରେ ବି ଚହଲ କହିଛନ୍ତି କ୍ୟାଟ୍ରିନାଙ୍କ ହସ ତାଙ୍କୁ ଖୁବ ଭଲ ଲାଗେ । ଏବାବଦରେ ଥରେ ଚହଲ ଏକ ସାକ୍ଷାତ୍କାରରେ କହିଥିଲେ । ପରେ ଚହଲଙ୍କ ଜୀବନସାଥୀ ଭାବେ ହାତ ଧରିଲେ ଧନଶ୍ରୀ ବର୍ମା । ଧନଶ୍ରୀ ଏକଦା ଚହଲଙ୍କ ଡ୍ୟାନ୍ସ ପାର୍ଟନର ଥିଲେ । ଏକ ଶିକ୍ଷକ- ଛାତ୍ର ସମ୍ପର୍କରୁ ହିଁ ଏଦୁହିଁଙ୍କ ସମ୍ପର୍କ ଆଗକୁ ବଢିଥିଲା । ୟୁ ଟ୍ୟୁବରେ ତାଙ୍କ ଭିଡିଓ ଦେଖିବା ସହିତ ତାଙ୍କ କାମ ବିଷୟରେ ଜାଣିଥିଲେ । ଆଉ ଲକ ଡାଉନ ସମୟରେ ଚହଲ କିଛି ନୂଆ କରିବାକୁ ମନ ବଳାଇଥିଲେ । ଆଉ ସେହି ସମୟରେ ଧନଶ୍ରୀଙ୍କ ବିଷୟରେ ଜାଣିବା ପରେ ତାଙ୍କ ଠାରୁ ନାଚ ଶିଖିବା ପାଇଁ ଇଛା କରିଥିଲେ । ଆଉ ନାଚ ଶିଖିବା ସମୟରେ ଏଦୁହେଁ ଭଲ ସାଙ୍ଗ ପାଲଟିଥିଲେ । ସାଙ୍ଗରୁ ସେମାନେ ଧୀରେ ଧୀରେ ପ୍ରେମର ରୂପ ନେଇଥିଲା ।

କହିରଖିବା ଉଚିତ ହେବକି ଧନାଶ୍ରୀ ହେଉଛନ୍ତି ଏକାଧାରରରେ ଜଣେ ଡାକ୍ତର, କୋରିଓଗ୍ରାଫର, ୟୁଟ୍ୟୁବରର ତଥା ଧନାଶ୍ରୀ ବର୍ମା କମ୍ପାନୀର ଫାଉଣ୍ଡର । ତାଙ୍କ ବୟସ ୨୪ ବର୍ଷ ହୋଇଥିବାବେଳେ ବୃତ୍ତିରେ ସେ ଜଣେ ଦାନ୍ତ ଡାକ୍ତର । ଅନେକେ ହୁଏତ ଜାଣିନଥିବେ, ଚହଲ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଉଭୟ ଚେସ ଓ କ୍ରିକେଟରେ ଭାରତରୁ ପ୍ରତିନିଧିତ୍ବ କରିଛନ୍ତି । ଭିନ୍ନ ଭିନ୍ନ ବୟସ ବିଭାଗରେ ଚହଲ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି । ୨୦୦୨ରେ ୧୨ ବର୍ଷରୁ କମ ଜାତୀୟ ସ୍ତରର କ୍ରୀଡ଼ାରେ ବିଜୟ ଲାଭ କରିଥିଲେ । ପରବର୍ଷ କୋଝିକୋଡେ ଠାରେ ଅନୁଷ୍ଠିତ ହୋଇଥିବା ୧୨ ବର୍ଷରୁ କମ ଏସିଆନ ୟୁଥ ଚାମ୍ପିଅନସିପରେ ଭାରତର ପ୍ରତିନିଧିତ୍ବ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.