ଅଲଗା ହେବେ କି ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ! ବିବାହର ୪ ବର୍ଷ ପରେ ଏମିତି ଦେଲେ ସଂକେତ

ନୂଆବର୍ଷ ଆରମ୍ଭରୁ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ନିରାଶଜନକ ଖବର । ଟିମର ଷ୍ଟାର କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ଚର୍ଚ୍ଚା ଚାଲିଛି । ଧନଶ୍ରୀ ବର୍ମା ଇନଷ୍ଟାଗ୍ରାମରେ ୟୁଜବେନ୍ଦ୍ର ଚହଲଙ୍କୁ ଅନଫଲୋ କରିବା ପରେ ଏଭଳି ଚର୍ଚ୍ଚା ଚାଲିଛି ।

ଖବର ମୁତାବକ, ଅଭିନେତ୍ରୀ ଧନଶ୍ରୀ ବର୍ମା ଇନଷ୍ଟାଗ୍ରାମରୁ ସ୍ବାମୀ ୟୁଜବେନ୍ଦ୍ର ଚହଲଙ୍କୁ ଅନଫଲୋ କରିଦେଇଛନ୍ତି । ଯୁଜବେନ୍ଦ୍ର ଚହଲ ମଧ୍ୟ ଧନଶ୍ରୀଙ୍କୁ ଅନଫଲୋ କରିଛନ୍ତି । ଏହାସହିତ ଦୁହେଁ ପରସ୍ପର ସହିତ ଇନଷ୍ଟାରୁ ସବୁ ଫଟୋ ହଟାଇଛନ୍ତି । ତେବେ ଏହି ଷ୍ଟାର ଦମ୍ପତିଙ୍କ ଏଭଳି ପଦକ୍ଷେପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଏଥିରୁ ଫ୍ୟାନ୍ସ ଦୁହିଁଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିବା ଅନୁମାନ କରୁଛନ୍ତି । ଅଭିନେତ୍ରୀ ଧନଶ୍ରୀ ଏବଂ ୟୁଜବେନ୍ଦ୍ର ଚହଲ ୨୦୨୦ରେ ବିବାହ କରିଥିଲେ । ବିବାହର ୪ ବର୍ଷ ପରେ ଛାଡପତ୍ର ଚର୍ଚ୍ଚା ସାମ୍ନାକୁ ଆସିଛି । ତେବେ ଏନେଇ ଦୁହିଁଙ୍କ ପକ୍ଷରୁ କୌଣସି ଅଫିସିଆଲ ସ୍ପଷ୍ଟୋକ୍ତି ଆସିନାହିଁ ।

ତେବେ ସୋସିଆଲ ମିଡିଆରେ ଦୁହିଁଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଚାଲିଛି । ଧନଶ୍ରୀ ଯୁଜବେନ୍ଦ୍ରଙ୍କୁ ଅନଫଲୋ କରିଛନ୍ତି ସତ କିନ୍ତୁ ତାଙ୍କ ସହିତ ଫଟୋ ସୋସିଆଲ ମିଡିଆରେ ରହିଛି । ଏହା ଦେଖି ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇଯିବ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି ।

୨୦୨୩ରେ ଧନଶ୍ରୀ ଏବଂ ୟୁଜବେନ୍ଦ୍ରଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଚାଲିଥିଲା । ଧନଶ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ନାମରୁ ଚହଲ ଟାଇଟଲ ହଟାଇଥିଲେ । ଏହାପରେ ଦୁହିଁଙ୍କ ସଂପର୍କ ଭାଙ୍ଗୁଥିବା ଲୋକ ଅନୁମାନ କରୁଥିଲେ । କିନ୍ତୁ ନିଜେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏହି ଗୁଜବକୁ ଖାରଜ କରିଥିଲେ । ଏହାସହିତ ଏଭଳି ଗୁଜବ ଉପରେ ବିଶ୍ବାସ ନ କରିବା ପାଇଁ ଫ୍ୟାନ୍ସଙ୍କୁ ଅପିଲ୍ କରିଥିଲେ ।

ତେବେ ଏଥର ମଧ୍ୟ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ଥିବା ଫ୍ୟାନ୍ସ ଆଶା କରୁଛନ୍ତି । ପୂର୍ବଥର ଭଳି ଏସବୁ ଗୁଜବ ହୋଇପାରେ ବୋଲି ଆଶା କରାଯାଉଛି । ଦୁହିଁଙ୍କ ପ୍ରେମ ସଂପର୍କ ଲକଡାଉନରୁ ଆରମ୍ଭ ହୋଇଥିଲା ।