ଚହଲଙ୍କ ପୂର୍ବରୁ ଧନଶ୍ରୀଙ୍କର ରହିଛନ୍ତି ଅନେକ ଦିଓ୍ଵାନା, ଅଛନ୍ତି ୪.୫ ଲକ୍ଷରୁ ଅଧିକ ଫଲୋୟର୍ସ

ଭାରତୀୟ କ୍ରିକେଟ ଟିମ୍‌ ଏବଂ ଯୁବ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଶନିବାର ଦିନ ନିର୍ବନ୍ଧ କରିଛନ୍ତି। ଖୁବଶୀଘ୍ର ଚହଲ ବିବାହ କରିବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ରୋକା ସେରେମୋନିର କିଛି ଫଟୋ ସେୟାର କରି ନିଜ ବିବାହ ବିଷୟରେ କହିଛନ୍ତି। ଚହଲ ଏହି ଖୁସି ଖବର ଜଣାଇ କେଏଲ ରାହୁଲଙ୍କ ଠାରୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଯ୍ୟର୍ନ୍ତ ସମସ୍ତେ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଦେଇଛନ୍ତି ବୋଲି କହିଛନ୍ତି।

କିନ୍ତୁ କ’ଣ ଆପଣ ଜାଣନ୍ତି କି ଚହଲଙ୍କ ଭାବିପତ୍ନୀ ଧନଶ୍ରୀ ସୋସିଆଲ ମିଡିଆରେ ଧମାଲ କରନ୍ତି। ଧନଶ୍ରୀ ଜଣେ କୋରିଓଗ୍ରାଫର, ପ୍ରଫେସନାଲ ଡ୍ୟାନ୍ସର, ଟିକଟକ୍‌ ସହିତ ୟୁଟ୍ୟୁବର। ଧନଶ୍ରୀ ଅନେକ ଡ୍ୟାନ୍ସ ଭିଡିଓ ଆପଣ ୟୁଟ୍ୟୁବରେ ମଧ୍ୟ ପାଇପାରିବେ। ଧନଶ୍ରୀଙ୍କର ୧.୫ ମିଲିୟନରୁ ଅଧିକ ସବସ୍କ୍ରାଇବର ରହିଛନ୍ତି। ଏହାଛଡା ଇନଷ୍ଟାଗ୍ରାମରେ ମଧ୍ୟ ୪.୫ ଲକ୍ଷରୁ ଅଧିକ ଲୋକ ଫଲୋ କରନ୍ତି।

chahal

ଧନଶ୍ରୀ ସବୁବେଳେ ଡ୍ୟାନ୍ସ କରି ୟୁଟ୍ୟୁବରେ ପୋଷ୍ଟ କରନ୍ତି। ଏହାଛଡା ଗୁରୁ ରନ୍ଧଓ୍ଵାଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ସହିତ ଡ୍ୟାନ୍ସ କରି ୟୁୁଟ୍ୟୁବରେ ଅପଲୋଡ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.