ଗୋଟେ ସ୍ୟାଣ୍ଡଓ୍ଵିଚ୍‌ ପାଇଁ ଟଣାଓଟରା ହେଲେ ଭାରତୀୟ ଖେଳାଳି, ଭାଇରଲ ହେଲା ଡ୍ରେସିଂ ରୁମର ଭିଡିଓ

ନ୍ୟୁଜିଲାଣ୍ଡରେ ଏବେ ଭାରତ ୩ଟି ଟି-୨୦ ସିରିଜ ଖେଳୁଛି। ଆଉ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ୁ ୬୫ ରନରେ ଜିତିନେଇଛି ଭାରତ। ତେବେ ଭାରତର ଏହି ବିଜୟ ଶ୍ରେୟ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ଦୀପକ ହୁଡ୍ଡା ଏବଂ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଏହା ମଧ୍ୟରେ ଭାରତୀୟ କ୍ରିକେଟ ଟିମର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଗୋଟିଏ ସ୍ୟାଣ୍ଡଓ୍ଵିଚ ପାଇଁ ୩ ଜଣ ଖେଳାଳି ଭିଡାଭିଡି ହେଉଥିବା ଦେଖିବାକୁ ମିଳିଛି ।

ଦ୍ୱିତୀୟ ଟି –୨୦ ମ୍ୟାଚରେ ଯେତେବେଳେ ବର୍ଷା ହୋଇଥିଲା ସେତେବେଳେ କିଛି ସମୟ ଖେଳାଳି ଡ୍ରେସିଂ ରୁମରେ ରହିଥିଲେ। ଆଉ ଏହି ସମୟରେ କ୍ୟାମେରାମ୍ୟାନ୍‌ ଭାରତର ଡ୍ରେସିଂ ରୁମ ଆଡକୁ କ୍ୟାମେରା ବୁଲାଇବା ସମୟରେ ଏଭଳି କିଛି ଦେଖିବାକୁ ମିଳିଥିଲା। ଏହି ସମୟରେ ୟୁଜବେନ୍ଦ୍ର ଚହଲ ଠିଆ ହୋଇ ସ୍ୟାଣ୍ଡଓ୍ଵିଚ ଖାଉଥିବା ସମୟରେ ଶାର୍ଦ୍ଦୁଲ ଠାକୁର ଚହଲଙ୍କ ହାତରୁ ସ୍ୟାଣ୍ଡଓ୍ଵିଚ ଛଡାଇ ନେଇ ଖାଉଛନ୍ତି। ଆଉ ଠିକ୍‌ ଏହି ସମୟରେ ମହମ୍ମଦ ସିରାଜ ମଧ୍ୟ ଏହାକୁ ଖାଇବାକୁ ଛଡାଇ ନେଉଛନ୍ତି।

ଏହାକୁ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। କିଏ କହୁଛି ଖେଳାଳିଙ୍କ ମଧ୍ୟରେ ଭଲପାଇବା, ଭାଇଚାରା କେତେ ମଜବୁତ ରହିଛି। ଏହି ଭିଡିଓକୁ ସୋସିଆଲ ମିଡିଆରେ ବେଶ୍‌ ପସନ୍ଦ କରାଯାଉଛି।
ଚଳିତ ଟି-୨୦ ବିଶ୍ୱକପରେ ଚହଲଙ୍କୁ ଟିମରେ ସ୍ଥାନ ମିଳିଥିଲା ସତ କିନ୍ତୁ ଖେଳିବାକୁ ସୁଯୋଗ ମିଳିନଥିଲା। ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ଟି ୨୦ ମ୍ୟାଚରେ ଚହଲ ୨୬ ରନ ଦେଇ ୨ ଓ୍ଵିକେଟ ନେବାରେ ସଫଳ ହୋଇଥିଲେ। ଏହି ମ୍ୟାଚ ଜିତି ଭାରତ ୧-୦ରେ ସିରିଜରେ ଆଗୁଆ ରହିଛି।

ନ୍ୟୁଜିଲାଣ୍ଡକୁ ସାମ୍ନାରେ ୧୯୨ ରନର ବିଶାଳ ସ୍କୋର ଲକ୍ଷ୍ୟ ରଖିଥିଲା ଭାରତ। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ବାତିଲ ହେବା ପରେ ଦ୍ୱିତୀୟ ଟି-୨୦ ଉପରେ ସମସ୍ତଙ୍କ ନଜର ରହିଥିଲା । ୨ୟ ଟି-୨୦ ମ୍ୟାଚରେ ୬ ଓ୍ୱିକେଟ୍ ହରାଇ ୧୯୧ ରନ୍ କରିଥିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡରେ ପୁଣି ଚମକିଥିଲେ ସୂର୍ଯ୍ୟକୁମାର ଯାଦବ ।  ଦ୍ୱିତୀୟ ଟି୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଦାର ଶତକ ବଳରେ ଭାରତ ୬ ଓ୍ଵିକେଟରେ ୧୯୧ ରନ କରିପାରିଥିଲା। ସୂର୍ଯ୍ୟକୁମାରଙ୍କ ୫୧ ବଲରେ ଖେଳିଲେ ୧୧୧ରନ୍ କରିଥିଲେ । ଆଉ ଏହି ବିଶାଳ ସ୍କୋରର ଲକ୍ଷ୍ୟକୁ ପୂରଣ ନ କରିପାରି ନ୍ୟୁଜିଲାଣ୍ଡ ୧୮.୫ ଓଭରରେ ୧୨୬ ରନ୍‌ କରି ଅଲଆଉଟ୍‌ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.