ଭାରତୀୟ ଖେଳାଳିଙ୍କ ଡ୍ରେସିଂ ରୁମ୍‌ ଏବଂ ଖାଦ୍ୟ ବିଷୟରେ ଭିଡିଓ କରି ଫ୍ୟାନ୍ସଙ୍କୁ ଜଣାଇଲେ ଚହଲ, ରୋହିତ କଲେ ପ୍ରଶଂସା

ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଆଜି ରାୟପୁରରେ ଖେଳିବ । ପ୍ରଥମ ଦିନିକିଆ ଜିତିବା ପରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ । ଟିମ ଇଣ୍ଡିଆର ଷ୍ଟାର ସ୍ପିନର ଯୁଜବେନ୍ଦ୍ର ଚହଲ ପ୍ରଥମ ଦିନିକିଆରେ ଖେଳିବାକୁ ସୁଯୋଗ ପାଇନଥିଲେ । କିନ୍ତୁ ଏବେ ବିସିସିଆଇ ତାଙ୍କର ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଚହଲ ଡ୍ରେସିଂ ରୁମ ବିଷୟରେ ଦର୍ଶକଙ୍କୁ ଦେଖାଉଛନ୍ତି । ଏହାଛଡା ଖାଇବା ମେନ୍ୟୁ ମଧ୍ୟ ଦେଖାଉଛନ୍ତି ।

ବିସିସିଆଇ ଯେଉଁ ଭିଡିଓ ସେୟାର କରିଛି, ସେଥିରେ ଷ୍ଟାର ସ୍ପିନର ଯୁଜବେନ୍ଦ୍ର ଚହଲ ଡ୍ରେସିଂ ରୁମ ଦେଖାଉଛନ୍ତି । ଚହଲ ଭିଡିଓ ଆରମ୍ଭରେ କହୁଛନ୍ତି, ଆଜି ଚହଲ ଟିଭିକୁ କୌଣସି ପ୍ଲେୟାର ଆସିବେନି। କାରଣ ଆଜି ମୁଁ ଡ୍ରେସିଂ ରୁମ୍‌ ସର୍ଭେ କରିବି । ତେବେ ଭିଡିଓରେ ଡ୍ରେସିଂ ରୁମରେ କିଭଳି ବ୍ୟବସ୍ଥା ରହିଛି। ରୋହିତ ଶର୍ମା ଏବଂ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ବସିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଡ୍ରେସିଂ ରୁମରେ ଖେଳାଳିମାନେ କେଉଁଠି ବସିଛନ୍ତି, ତାହା ଦେଖାଇଛନ୍ତି । ତା’ ପରେ ଚହଲ ଈଶାନ କିଶନଙ୍କୁ ଦ୍ୱିଶତକ ମାରିଥିବା କଥା ପଚାରୁଛନ୍ତି । ଆଉ ଈଶାନଙ୍କ ସହିତ ମସ୍ତି କରୁଛନ୍ତି। ତା’ ପରେ ମସାଜ ଟେବୁଲ ଦେଖାଇବା ପରେ ଚହଲଙ୍କୁ ରୋହିତ ପ୍ରଶଂସା କରି ଭଲ ଭବିଷ୍ୟତ ବୋଲି କହୁଛନ୍ତି।

ଭିଡିଓରେ ଚହଲ ଖେଳାଳିଙ୍କ ଖାଇବା ମଧ୍ୟ ଦେଖାଉଛନ୍ତି। ଖେଳାଳିମାନେ କ’ଣ ଖାଉଛନ୍ତି ଦେଖାଉଛନ୍ତି। ନାନ୍‌, ଜୀରା ରାଇସ, ଡାଲ ଟମାଟର, ଆଳୁ ଜିରା, ଗ୍ରୀଲଡ ଟମାଟର, ପାସ୍ତା ବିଭିନ୍ନ ପ୍ରକାର ଖାଦ୍ୟ ଦେଖାଉଛନ୍ତି ।

ସୂଚନାଯୋଗ୍ୟ, ପ୍ରଥମ ଦିନିକିଆ ମ୍ୟାଚ୍‌ ୧୨ ରନରେ ଭାରତ ବିଜୟୀ ହୋଇଥିଲା । ୩ଟି ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଭାରତ ଆଗୁଆ ରହିଛି। ଆଜି ମ୍ୟାଚ୍‌ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବ ଭାରତ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ ଜିତି ସିରିଜରେ ତିଷ୍ଠି ରହିବାକୁ ଚେଷ୍ଟା କରିବ । ପ୍ରଥମ ଦିନିକିଆରେ ଯୁବ ଓପନର ଶୁବମନ ଗିଲଙ୍କ ୨୦୮ ରନର ଦ୍ୱିଶତକୀୟ ପାଳି ଖେଳିଥିଲେ । ବୋଲିଂରେ ମହମ୍ମଦ ସିରାଜ ୪ ଓ୍ଵିକେଟ ନେଇଥିଲେ ।

Leave A Reply

Your email address will not be published.