ପତ୍ନୀଙ୍କ ପାଇଁ କୁଲି ହୋଇଗଲେ ୟୁଜବେନ୍ଦ୍ର ଚହଲ, ଶିଖର ଧଓ୍ଵନ ସେୟାର କଲେ ଭିଡିଓ

ଭାରତୀୟ କ୍ରିକେଟ ଟିମ୍‌ ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ ଖେଳୁଛି। ଏହା ଭିତରେ ଦଳର ଅଧିନାୟକ ଶିଖର ଧଓ୍ଵନ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଅନେକ ଥର ନିଜ ଫ୍ୟାନ୍ସଙ୍କ ପାଇଁ ଭିନ୍ନ ଭିନ୍ନ ମଜାଳିଆ ଭିଡିଓ ସେୟାର କରନ୍ତି। ଏଥର କିନ୍ତୁ ଏମିତି ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଭାରତୀୟ ଟିମର ଷ୍ଟାର ସ୍ପିନର ଯୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ନଜର ଆସିଛନ୍ତି।

ଏହି ଭିଡିଓରେ ଚହଲ ଅନେକଗୁଡିଏ ବ୍ୟାଗ୍‌ ଧରିଥିବା ନଜର ଆସିଛନ୍ତି। ଆଉ ପତ୍ନୀ ଧନଶ୍ରୀ ଗୋଟିଏ ମାତ୍ର ଟ୍ରଲି ବ୍ୟାଗ୍‌ ଧରିଛନ୍ତି। ଏହି ଭିଡିଓକୁ ଧଓ୍ଵନ ସେୟାର କରି କହିଛନ୍ତି ‘ୟୁଜିଙ୍କ ସତ ପଦାକୁ ଆସିଲା ! ଦେଖନ୍ତୁ ୟୁଜି କୁଲି ହୋଇଗଲେ। ଜଣେ ମଣିଷ କେତେ ଜିନିଷ ବୋହୁଛି ଦେଖନ୍ତୁ। ଆଉ ଧଓ୍ଵନ ମାତ୍ର ଏତିକି କହିବା ପରେ ପଛରୁ ଧନଶ୍ରୀ ବର୍ମା ନଜର ଆସିଛନ୍ତି।

ତେବେ ଚହଲ କ’ଣ କହିବେ ବୋଲି ଧଓ୍ଵନ ପଚାରିଛନ୍ତି। ଏହାର ଜବାବ ଦେଇ ଧନଶ୍ରୀ ବର୍ମା କହିଛନ୍ତି, ମୋ ପାଦରେ ବହୁତ ଯନ୍ତ୍ରଣା ନେହେଲେ ସାରା ଦୁନିଆର ବୋଝ ମୁଁ ଉଠାଇପାରନ୍ତି। ଧଓ୍ଵନ ପୁଣି ଧନଶ୍ରୀକୁ ପଚାରୁଛନ୍ତି, ତା’ ହେଲେ ଆମ ଟିକି ପିଲା (ଧଓ୍ଵନ)ର କ’ଣ ହେବ। ଯାହାର ଉତ୍ତରରେ ଧନଶ୍ରୀ କହିଛନ୍ତି, ଆପଣଙ୍କ ଟିକି ପିଲାକୁ ବଳଶାଳୀ ହେବାକୁ ଦିଅନ୍ତୁ।

 

View this post on Instagram

 

A post shared by Shikhar Dhawan (@shikhardofficial)

ସୂଚନାଯୋଗ୍ୟ, ଏକ ସୁଟିଂ ସମୟରେ ଧନଶ୍ରୀଙ୍କ ପାଦରେ ଆଘାତ ଲାଗିଥିଲା। ଏହା ପରେ ତାଙ୍କ ପାଦ ସର୍ଜରୀ ହୋଇଥିଲା। ଆପଣମାନେ ଜାଣନ୍ତି ଧନଶ୍ରୀ ଜଣେ ପ୍ରଫେସନାଲ ଡ୍ୟାନ୍ସର। ତାଙ୍କ ଅବସ୍ଥା ଏବେ ଠିକ୍‌ ରହିଛି। କିନ୍ତୁ ଅଧିକ ଜିନିଷ ଉଠାଇପାରୁନାହାନ୍ତି।

ତେବେ ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଟିମ ଟି-୨୦ ସିରିଜ ଜିତିବା ପରେ ଦିନିକିଆ ମ୍ୟାଚ୍‌ ଖେଳୁଛି। ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍‌ ସରିଛି। ପ୍ରଥମ ମ୍ୟାଚ୍‌ ଭାରତ ହାରିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ରଦ୍ଦ ହୋଇଥିଲା। ଆସନ୍ତାକାଲି ୩ୟ ମ୍ୟାଚ ଖେଳାଯିବ।

ସେହିପରି ସାଉଥ ଆଫ୍ରିକା ବିପକ୍ଷରେ ୩ଟି ଦିନିକିଆ ସିରିଜକୁ ଜିତିନେଇଥିଲା ଟିମ୍‌ ଇଣ୍ଡିଆ। ଗତକାଲିର ଶେଷ ମ୍ୟାଚରେ ଭାରତୀୟ ଟିମ୍‌ ମାତ୍ର ୩ଟି ଓ୍ଵିକେଟ ହରାଇ ସିରିଜ କବଜା କରିଥିଲା। ଏହି ମ୍ୟାଚରେ ମାତ୍ର ୯୯ ରନ୍‌ କରି ଅଲଆଉଟ୍‌ ହୋଇଥିଲା ସାଉଥ ଆଫ୍ରିକା। ଯାହାର ଜବାବରେ ଟିମ୍‌ ଇଣ୍ଡିଆ ୩ ଓ୍ଵିକେଟ ହରାଇ ମାତ୍ର ୨୦ ଓଭରରେ ମ୍ୟାଚ୍‌ ଜିତିନେଇଥିଲା। ସିରିଜ ଜିତିବା ପରେ ଭାରତୀୟ ଟିମର ଖେଳାଳି ଡ୍ରେସିଂ ରୁମରେ ଧମାଲ କରିଥିଲେ। ଟିମ୍‌ର ସମସ୍ତ ସଦସ୍ୟ ଜବରଦସ୍ତ ଡ୍ୟାନ୍ସ କରିଥିଲେ।

 

View this post on Instagram

 

A post shared by Shikhar Dhawan (@shikhardofficial)

ଭାରତୀୟ ଖେଳାଳି ଡ୍ରେସିଂ ରୁମରେ ଦଲେର ମେହେନ୍ଦୀଙ୍କ ଗୀତ ‘ବୋଲୋ ତା ରା ରା..’ ଡ୍ୟାନ୍ସ କରିଥିଲେ। ସମସ୍ତ ଖେଳାଳି ଏକାଭଳି ଡ୍ୟାନ୍ସ ଷ୍ଟେପ କରୁଥିବାର ନଜର ଆସିଥିଲେ। ଅଧିନାୟକ ଶିଖର ଧଓ୍ଵନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏହାର ଭିଡିଓକୁ ସେୟାର କରିଛନ୍ତି। ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରାଯାଉଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.