ଅନୁଷ୍କା ନୁହେଁ ବିରାଟଙ୍କୁ ଡ୍ୟାନ୍ସ ଶିଖାଇଲେ ଚହଲଙ୍କ ପତ୍ନୀ ଧନଶ୍ରୀ, ଭିଡିଓ ଭାଇରଲ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି) ନିକଟରେ ନିଜର ହୁକ୍‌ ଷ୍ଟେପ୍‌ ଚ୍ୟାଲେଞ୍ଜ ଭିଡିଓ ସେୟାର କରିଥିଲା। ଯେଉଁଥିରେ ବିରାଟ କୋହଲି, ୟୁଜବେନ୍ଦ୍ର ଚହଲ, ଏବି ଡିଭିଲିୟର୍ସ, ଦେବଦତ୍ତ ପାଡିକଲ, ଗ୍ଲେନ ମ୍ୟାକ୍ସେଓ୍ଵଲ, ମହମ୍ମଦ ସିରାଜ ପ୍ରମୁଖ ଖେଳାଳି ନଜର ଆସିଥିଲେ। ଏହି ଭିଡିଓରେ ବିରାଟ କୋହଲିଙ୍କ ହୁକ୍‌ ଷ୍ଟେପ୍‌ ବହୁତ ଭାଇରଲ ହୋଇଥିଲା। ଆଉ ଏହି ଷ୍ଟେପ ଶିଖିବାକୁ ବିରାଟଙ୍କୁ ସାହାଯ୍ୟ କରିଥିଲେ ୟୁଜବେନ୍ଦ୍ରଙ୍କ ପତ୍ନୀ ଧନଶ୍ରୀ। ବିରାଟ ଅନୁଷ୍କା ନୁହେଁ ବରଂ ଧନଶ୍ରୀଙ୍କ ଠାରୁ ନେଇଥିଲେ ଡ୍ୟାନ୍ସ କୋଚିଂ। ଆଉ ଏହି ଡ୍ୟାନ୍ସ ଶିଖାଉଥିବା ବେଳର ଭିଡିଓ ଏବେ ଭାଇରଲ ହେଉଛି।

ଏହି ଭିଡିଓରେ ଧନଶ୍ରୀ ବିରାଟ କୋହଲିଙ୍କୁ ହୁକ ଷ୍ଟେପ ଶିଖାଇବାରେ ସାହାଯ୍ୟ କରିଛନ୍ତି ।ଏହି ଭିଡିଓ କ୍ଲିପ ପଛରେ ଆରସିବି ସେୟାର କରିଛି। ଧନଶ୍ରୀ କିପରି ବିରାଟଙ୍କୁ ଏହି ଷ୍ଟେପ୍ ଶିଖାଇଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ ଧନଶ୍ରୀ ବିରାଟ କୋହଲିଙ୍କୁ ନାଚ ଶିଖାଉଥିବାର ନଜର ଆସିଛନ୍ତି। ଯାହା ଏବେ ଭାଇରଲ ହେବାରେ ଲାଗିଛି।

ଟିମ୍‌ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଧର୍ମପତ୍ନୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ଧନଶ୍ରୀ ଜଣେ ଫ୍ରଫେସନାଲ କୋରିଓଗ୍ରାଫର। ଧନଶ୍ରୀଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛ। ଏହି ଚ୍ୟାନେଲରେ ୨୫ ଲକ୍ଷରୁ ଅଧିକ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ଧନଶ୍ରୀ ହିପ-ହପ ଟ୍ରେନିଂ ମଧ୍ୟ ଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.