ବାହାଘରର ୮ ବର୍ଷ ପରେ ବାପା ମା’ ହେଲେ ଜାହିର ଏବଂ ସାଗରିକା, ଶିଶୁପୁତ୍ରକୁ ଜନ୍ମ ଦେଲେ ଅଭିନେତ୍ରୀ

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଜାହିର ଖାନ ଏବଂ ଅଭିନେତ୍ରୀ ସାଗରିକା ଘଟକେଙ୍କ ଘରକୁ ଆସିଛନ୍ତି କୁନି ଅତିଥି । ଜାହିରଙ୍କ ପତ୍ନୀ ସାଗରିକା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ବିବାହର ଦୀର୍ଘ ୮ ବର୍ଷ ପରେ ଦୁହେଁ ପ୍ରଥମ ପିଲାଙ୍କୁ ଭିନ୍ନ ଅନ୍ଦାଜରେ ସ୍ବାଗତ କରିଛନ୍ତି । ଦୁହେଁ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହାସହିତ ପିଲାର ନାମ ମଧ୍ୟ ସମସ୍ତଙ୍କ ସହିତ ସେୟାର କରିଛନ୍ତି ।

ସାଗରିକା ଏବଂ ଜାହିର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ବେବି ବଏର ମାତାପିତା ହେଇଗଲୁ । ଏହାସହିତ ପିଲାର ନାମ ଫତେହସିନ ଖାନ ରଖିଥିବା ଜଣାପଡିଛି । ଫଟୋରେ ଦୁହେଁ କଳାଧଳା ଫଟୋରେ ଜାହିରଙ୍କ କୋଳରେ ପୁଅକୁ ଧରିଥିବା ନଜର ଆସିଥିବା ବେଳେ ସାଗରିକା ସୋଫା କଡରେ ବସିଥିବା ନଜର ଆସିଛନ୍ତି । ଆଉ ଏକ ଫଟୋରେ ଦୁହେଁ ପିଲାର ହାତ ଧରିଥିବା ନଜର ଆସିଛନ୍ତି ।

ସେମାନେ ଲେଖିଛନ୍ତି, ଭଲପାଇବା, କୃତଜ୍ଞତା ଏବଂ ଈଶ୍ବରଙ୍କ ଆଶୀର୍ବାଦ ଯୋଗୁଁ ଆମେ ଛୋଟ ପିଲା ଫତେହସିନ ଖାନଙ୍କୁ ସ୍ବାଗତ କରୁଛୁ । ଏହି ଫଟୋ ସେୟାର ହେବା ମାତ୍ରେ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ଅଙ୍ଗଦ ଦେବୀ, ହରଭଜନ ସିଂ ସହିତ ଅନ୍ୟ ଖେଳାଳି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଦୁହେଁ ୨୦୧୭ରେ ବିବାହ କରିଥିଲେ । ଏବେ ବିବାହର ୮ ବର୍ଷ ପରେ ଦୁହେଁ ମାତାପିତା ହେବା ପରେ ସମସ୍ତେ ଖୁସି ହୋଇଯାଇଛନ୍ତି ।

Also Read : ଶ୍ରେୟସ ଆୟରଙ୍କୁ ବଡ଼ ଉପହାର ଦେଲା ଆଇସିସି, ପଛରେ ରହିଗଲେ ନ୍ୟୁଜିଲାଣ୍ଡ ଖେଳାଳି