ଗୌତମ ଗମ୍ଭୀରଙ୍କ ପରେ ଜାହିର ଖାନଙ୍କୁ ଭାରତୀୟ ଟିମରେ ମିଳିପାରେ ଏହି ସ୍ଥାନ !

ଗୌତମ ଗମ୍ଭୀର ଭାରତୀୟ ଟିମର ନୂଆ ମୁଖ୍ୟ କୋଚ ଭାବେ ନିଯୁକ୍ତ ହୋଇଛନ୍ତି । ବିସିସିଆଇ ସଚିବ ଜୟ ଶାହ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି । ତେବେ ଗମ୍ଭୀର ମୁଖ୍ୟ କୋଚ ହେବା ପରେ କୋଚିଂ ଟିମରେ ଆଉ କେଉଁମାନେ ସାମିଲ ହେବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ଗମ୍ଭୀର କୋଚ ହେବା ପରେ ଟିମରେ ନୂଆ ବ୍ୟାଟିଂ କୋଚ, ବୋଲିଂ କୋଚ୍ ଯୋଡି ହେବେ । ଏଥିପାଇଁ ଅନେକ ବଡ ବଡ ଖେଳାଳିଙ୍କ ନାମ ସାମ୍ନାକୁ ଆସିଛି । ତେବେ ଏହି ଲିଷ୍ଟରେ ୨୦୧୧ ବିଶ୍ୱକପ ବିଜେତା ଟିମର ଦ୍ରୁତ ବୋଲର ଜାହିର ଖାନ ନାମ ରହିଛି ।
ରିପୋର୍ଟ ମୁତାବକ, ଜାହିର ଖାନ ଭାରତୀୟ ଟିମର ବୋଲିଂ କୋଚ ରେସରେ ରହିଛନ୍ତି । କେବଳ ଜାହିର ନୁହଁନ୍ତି ପୂର୍ବତନ ବୋଲର ଲକ୍ଷ୍ମୀପତି ବାଲାଜୀ ମଧ୍ୟ ଦାବିଦାର ରହିଛି । ପୂର୍ବତନ ବୋଲର ବିନୟ କୁମାର ମଧ୍ୟ ଏହି ତାଲିକାରେ ରହିଛନ୍ତି ।
ଜାହିର ଖାନ ଭାରତୀୟ ଟିମ୍ର ବୋଲିଂ କୋଚ ହୁଅନ୍ତି, ରୋହିତ ଆଣ୍ଡ କମ୍ପାନୀକୁ ବହୁତ ଫାଇଦା ହେବ । ଜାହିର ଖାନଙ୍କ ଅନୁଭବ ଅଧିକ ରହିଛି । ସେ ବିଶ୍ୱର ପ୍ରତିଟି ସ୍ଥାନରେ ଯାଇ କ୍ରିକେଟ ଖେଳିଛନ୍ତି । ଟିମର ସିଷ୍ଟମ ଭଲ ଭାବେ ଜାଣିଛନ୍ତି । ଖେଳାଳିଙ୍କୁ ମ୍ୟାନେଜ କରିବା ମଧ୍ୟ ଜାଣିଛନ୍ତି ।
ତେବେ ଜାହିର ଖାନ ବୋଲିଂ କୋଚକୁ ନେଇ ସ୍ପଷ୍ଟୋକ୍ତି ମିଳିନାହିଁ । କିନ୍ତୁ ଅଭିଷେକ ନାୟର କ୍ୟାଟିଂ କୋଚ ହୋଇପାରନ୍ତି । ଅଭିଷେକ ନାୟର କେକେଆରର ଆସିଷ୍ଟାଷ୍ଟ କୋଚ ରହିଛନ୍ତି । ଏହା ସହିତ ପ୍ରଥମ ଶ୍ରେଣୀ କ୍ରିକେଟରେ ଭଲ ପ୍ରଦର୍ଶନ ରହିଛି ।
ଜାହିର ଖାନ ଭାରତ ପାଇଁ ୨୦୦ ଦିନିକିଆରେ ୨୮୨ ଓ୍ଵିକେଟ ହାସଲ କରିଛନ୍ତି । ଏହାଛଡା ୯୨ ଟେଷ୍ଟରେ ୩୧୧ ଓ୍ଵିକେଟ ନେଇଛନ୍ତି । ଆଇପିଏଲରେ ୧୦୦ଟି ମ୍ୟାଚରେ ୧୦୨ଟି ଓ୍ଵିକେଟ ନେଇଛନ୍ତି । ତେବେ ଆଗାମୀ ୨ ବର୍ଷ ଭିତରେ ଭାରତୀୟ ଟିମ୍ ୫ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବ । ଯେଉଁଥିରେ ଚାମ୍ପିଅନ୍ସ ଟ୍ରଫି, ଦିନିକିଆ ବିଶ୍ୱକପ, ଟି୨୦ ବିଶ୍ୱକପ ଏବଂ ଦୁଇଟି ଟେଷ୍ଟ ଚାମ୍ପିଅନସିପ ସାମିଲ ରହିଛି ।