ପୋଜ ଦେବାରେ କୌଣସି ଅଭିନେତ୍ରୀଙ୍କ ଠାରୁ ମଧ୍ୟ କମ୍‌ ନୁହନ୍ତି ଧୋନୀଙ୍କ କନ୍ୟା, ଜିଭା ନିଜେ ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ଧୋନୀଙ୍କର ଫ୍ୟାନ୍‌ ଫଲୋଇଂ ମଧ୍ୟ କିଛି କମ୍‌ ନୁହେଁ। ଜିଭାଙ୍କ ଫଟୋ ଏବଂ ଭିଡିଓ ପିଲାବେଳରୁ ସୋସିଆଲ ମିଡିଆରେ ବେଶ୍‌ ଭାଇରଲ ହେଉଛି। ଏବେ ପୁଣି ଜିଭା ଧୋନୀଙ୍କ ବହୁତ କ୍ୟୁଟ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହି ଫଟୋରେ ଜିଭା ଧୋନୀ ସୁଇମିଂ ପୁଲ୍‌ରେ ମୋନୋକିନୀ ପିନ୍ଧି କ୍ୟୁଟ ପୋଜ ଦେଉଛନ୍ତି।

୨୧ ଡିସେମ୍ବରରେ ଜିଭା ଧୋନୀ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ମୋନୋକିନୀ ପିନ୍ଧି ପୁଲ୍‌ରେ ମସ୍ତି କରୁଛନ୍ତି। ରେଡ ଓ ହ୍ଵାଇଟ କଲର ପ୍ରିଣ୍ଟେଡ ମୋନୋକିନୀ ପିନ୍ଧିଥିବା ନଜର ଆସିଛନ୍ତି। ଜିଭା ନିଜ ଫଟୋ କ୍ୟାପସନରେ ଲେଖିଛନ୍ତି, ‘ହଲିଡେ’। ଜିଭା ଏବେ ନିଜ ଧୋନୀ ଏବଂ ସାକ୍ଷୀଙ୍କ ସହିତ ଦୁବାଇ ଟ୍ରିପରେ ଯାଇ ଫଟୋ ସେୟାର କରିଛନ୍ତି।

 

View this post on Instagram

 

A post shared by ZIVA SINGH DHONI (@ziva_singh_dhoni)

ସୂଚନାଯୋଗ୍ୟ, ଜିଭା ଧୋନୀ ଇନଷ୍ଟାଗ୍ରାମ ପେଜରେ ମା ସାକ୍ଷୀ ଏବଂ ବାପା ଧୋନୀଙ୍କୁ ମେସେଜ କରନ୍ତି। ତାଙ୍କ ଫଟୋ ଏବଂ ଭିଡିଓକୁ ଫ୍ୟାନ୍ସ ବହୁତ ସେୟାର କରନ୍ତି। ଜିଭାଙ୍କ ଇନଷ୍ଟାଗ୍ରାମ ପେଜରେ ୨ ମିଲିଅନ ଫଲୋୟର୍ସ ରହିଛନ୍ତି।