ଶ୍ରୀଲଙ୍କା ୨୩୩ ରନର ଇଂଲଣ୍ଡକୁ ଦେଲା ଟାର୍ଗେଟ୍

ବିଶ୍ୱକପ ୨୦୧୯ର ୨୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା। ଏହି ମ୍ୟାଚରେ ଶ୍ରୀଲଙ୍କା ଖରାପ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୨ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ଇଂଲଣ୍ଡକୁ ମ୍ୟାଚ୍ ଜିତିବା ପାଇଁ ୨୩୩ ରନ୍ କରିବାକୁ ପଡ଼ିବ।

ହେଡିଂଲେରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ଶ୍ରୀଲଙ୍କା କ୍ୟାପଟେନ୍ ଦିମୁତ କରୁଣାରତ୍ନେଙ୍କୁ ମହଙ୍ଗା ପଡ଼ିଥିଲା। ଶ୍ରୀଲଙ୍କା ପକ୍ଷରୁ ଆଞ୍ଜେଲୋ ମାଥ୍ୟୁସ୍ ସର୍ବାଧିକ ୮୫ ରନ୍ କରି ଅପରାଜିତ ରହିଥିବା ବେଳେ ଅଭିସ୍କା ଫର୍ଣ୍ଣାଣ୍ଡୋ (୪୯) ଓ କୁଶଲ ମେଣ୍ଡିସ୍ (୪୬) ଉପଯୋଗୀ ଯୋଗଦାନ କରିଛନ୍ତି।

ଶ୍ରୀଲଙ୍କା ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇ ବିପଦରେ ପଡ଼ିଥିବା ବେଳେ ମାଥ୍ୟୁସ୍ ଶେଷ ପର୍ଯ୍ୟନ୍ତ ଲଢ଼ି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ତେବେ ପୂରା ମ୍ୟାଚରେ ଇଂଲଣ୍ଡ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା, ଯେଉଁକାରଣରୁ ଶ୍ରୀଲଙ୍କା ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଛି।

Leave A Reply

Your email address will not be published.