ଅବ୍ୟବସ୍ଥା ଘେରରେ ଆରଡ଼ି ଆଖଣ୍ଡଳମଣି ପୀଠ,ଅବହେଳିତ ଅବସ୍ଥାରେ ବାବାଙ୍କ ଶିବଗଙ୍ଗା ପୁଷ୍କରିଣୀ

ଚାନ୍ଦବାଲୀ : ଅବ୍ୟବସ୍ଥା ଘେରରେ ଆରଡ଼ି ଆଖଣ୍ଡଳମଣି ପୀଠ । ଅଧପନ୍ତରିଆ ହୋଇ ପଡ଼ି ରହିଛି ଶିବଗଙ୍ଗା ପୁଷ୍କରିଣୀ କାମ । ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ଏଠାକୁ ଆସୁଥିବା ଭକ୍ତ । ଆଉ ଦିନ କେଇଟା ପରେ ପବିତ୍ର ମହାଶିବରାତ୍ରି । ଏଠାରେ ଶ୍ରଦ୍ଧାଳୁଙ୍କ ବେଶ୍ ସମାଗମ ହେବ । ଏଭଳି ସ୍ଥଳରେ ବାବାଙ୍କ ପୁଷ୍କରିଣୀ ଅବହେଳିତ ଅବସ୍ଥାରେ ପଡ଼ିରହିଥିରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ ଓ ଭକ୍ତ ।
କେବଳ ଶିବଗଙ୍ଗା ପୁଷ୍କରିଣୀ ନୁହେଁ, ପୀଠରେ ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟ ଏବେ ଅଧାରେ ଅଟକିଛି । ଦୀର୍ଘ ବର୍ଷ ହେବ ଏଠାରେ ଶୌଚାଳୟ ନଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ପରିଶ୍ରାଗାର ମଧ୍ୟ ଅଳିଆ ଗଦାରେ ପରିଣତ ହୋଇଛି । ସେପଟେ ଉପଜିଲ୍ଲାପାଳ କହିଛନ୍ତି, ସେବାୟତ ମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ।
ବାଇଟ୍-ପ୍ରିତମ ସାମଲ, ଉପଜିଲ୍ଲାପାଳ, ଭଦ୍ରକ
ମହାଶିବରାତ୍ରି ପୂର୍ବରୁ ଆଖଣ୍ଡଳମଣି ପୀଠରେ ଅଧପନ୍ତରିଆ ହୋଇ ପଡ଼ିରହିଥିବା କାର୍ୟ୍ୟ ଶେଷ କରିବାକୁ ଦାବି ହୋଇଛି ।