ରାୟଗଡା: ୧ କୋଟି ୫୦ ଲକ୍ଷ ଟଙ୍କାର ଚୋରା ରତ୍ନପଥର ଜବତ, ଜଣେ ଅଟକ

ରାୟଗଡ଼ା(କେନ୍ୟୁଜ୍): ରତ୍ନଗର୍ଭା ଓଡିଶାରେ ଅନେକ ଜାଗାରେ ରତ୍ନପଥରକୁ ଏଭଳି ଚୋରା ଚାଳଣ କରି ମାଲାମାଲ ହେଉଛନ୍ତି ଚୋରା ବେପାରୀ। ବାହାରା ରାଜ୍ୟରୁ ବୋପାରୀ ଆସି ଏହି ପଥରକୁ ଶାଗମାଛ ଦରରେ କିଣନ୍ତି ଆଉ ଉଚ୍ଚା ଦରରେ ବିକି ବେଶ୍ ଲାଭବାନ ହୁଅନ୍ତି। ଯାହାର ଟେର ବି ପାଉନି ପୋଲିସ।ବାହାରା ରାଜ୍ୟରୁ ବୋପାରୀ ଆସି ଏହି ପଥରକୁ ଶାଗମାଛ ଦରରେ କିଣନ୍ତି ଆଉ ଉଚ୍ଚା ଦରରେ ବିକି ବେଶ୍ ଲାଭବାନ ହୁଅନ୍ତି। ଯାହାର ଟେର ବି ପାଉନି ପୋଲିସ।ରତ୍ନ ପଥର ଚୋରା ଚାଲାଣ ବେଳେ ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଶିଖା ଦ୍ବାରା ବିପୁଳ ପରିମାଣର ରତ୍ନ ପଥର ଜବତ। ରାୟଗଡା ସହରର ଜଗନ୍ନାଥ କମ୍ପ୍ଲେକ୍ସ ର ଏକ ଘରେ ବିପୁଳ ପରିମାଣର ରତ୍ନ ପଥର ଗଛିତ ଥିବା ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଢ଼ାଉ କରିଥିଲା। ଚଢାଉ ବେଳେ ଦୁଇଟି ଅଖା ବସ୍ତାରେ ଥିବା ବିଭିନ୍ନ କିସମର ୧୫୩ କିଲୋ ମୂଲ୍ୟବାନ ରତ୍ନ ପଥର ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୂଲ୍ଯ ୧ କୋଟି ୫୦  ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି। ଏହି ମାମଲାରେ ଜଣକୁ ଅଟକ ରଖି କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି।

ପୂର୍ବରୁ ମଧ୍ୟ କଳାହାଣ୍ଡିରୁ କୋଟି କୋଟି ଟଙ୍କା ରତ୍ନ ପଥରକୁ ଜବତ କରିଛି କ୍ରାଇମବ୍ରାଞ୍ଚ ।  ବେଆଇନ ଚାଲାଣ ବେଳେ ଜୁନାଗଡ ପଳାଶ ଗାଁରୁ ୩ କୁଇଣ୍ଟାଲରୁ ଅଧିକ ରତ୍ନ ପଥର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ସମସ୍ତ ରତ୍ନ ପଥର ରୁବି ଓ ପାନା ଜାତିର ବୋଲି ଜଣାପଡିଛି । ଗାଁରେ ରତ୍ନ ପଥର ଥିବା ସୂଚନା ପାଇ ଏସଟିଏଫ୍ ଚଢ଼ାଉ କରିଥିଲା ।

 

You might also like