ବିବାହ ଭୋଜି ଖାଇ ଜଣେ ମୃତ, ୨୦ ଗୁରୁତର
ବିବାହ ଭୋଜି ଖାଇ ଜଣେ ମୃତ, ୨୦ ଗୁରୁତର । ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ଦେଓଗାଁରେ ଅଭାବନୀୟ ଘଟଣା ଘଟିଛି।
ସୁନ୍ଦରଗଡ଼ : ବିବାହ ଭୋଜି ଖାଇ ଜଣେ ମୃତ, ୨୦ ଗୁରୁତର । ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ଦେଓଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଦୀପକ ମିଞ୍ଜ। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଭୋଜିରେ ବାସି ଖାଦ୍ୟ ଥିଲା ନା କିଛି ବିଷାକ୍ତ ଜିନିଷ ମିଶିଥିଲା, ସେନେଇ ତଦନ୍ତ ଚାଲିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରି ତଦନ୍ତ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।