ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଜଣ ଗୁରୁତର

ରାୟଗଡା : ରାୟଗଡା ଜିଲ୍ଲା ଆମ୍ବଦଲା ଥାନା ବନ୍ଧୁଗୁଡ଼ା ଗାଁ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ୩ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ କଲଭର୍ଟ  ତଳକୁ ଖସି ପଡ଼ିଥିଲା କାର । ଆନ୍ଧ୍ର ପ୍ରଦେଶର କାକିନାଡ଼ା ସହରର ୫ ଜଣ ଯୁବକ ଏକ ବାହାଘର ଭୋଜି ରାନ୍ଧିବାକୁ ବରଗଡ଼ ଆସିଥିଲେ । ସେଠାରୁ ଏକ କାର ଯୋଗେ ଫେରୁଥିବା ବେଳେ ଆମ୍ବାଦଳା ଥାନା ବନ୍ଧଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ପୋଲର ୨୦ ଫୁଟ ତଳକୁ ଖସି ପଡ଼ିଥିଲା ।

ଘଟଣା ସ୍ଥଳରେ ଜଣଙ୍କର୍ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ତେବେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେତୁ ରାୟଗଡ ମୁଖ୍ୟ ଚିକିତ୍ସାଳୟକୁ ୩ଜଣ ଗୁରୁତରଙ୍କୁ ସ୍ଥାନାନ୍ତର କରାଯାଇଛି । କାର ଭିତରେ ମୃତ ଯୁବକ ଫଶୀ ରହିଥିବା ବେଳେ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।