ରଥଟଣା ବେଳେ ଚାଲିଗଲା ଜଣଙ୍କ ଜୀବନ,ଏକାଧିକ ଆହାତ

ପୁରୀ: ରଥଟଣା ବେଳେ ଘଟିଲା ଅଘଟଣ । ଚାଲିଗଲା ଭକ୍ତଙ୍କ ଜୀବନ । ପ୍ରବଳ ଭିଡ ଯୋଗୁଁ ୮ରୁ ୧୦ ଜଣ ଆହାତ ହୋଇଛନ୍ତି । ଆହତ ହୋଇଥିବା ଭକ୍ତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତାଳଧ୍ୱଜ ରଥ ଟଣାଯିବା ସମୟରେ ଏଭଳି ହୋଇଥିଲା ଯାହା ପ୍ରାଥମିକ ସ୍ତରରେ ଜଣା ପଡିଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର । ମୃତ ଭକ୍ତଙ୍କ ବୟସ ୪୦ ରୁ ୫୦ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ଅଣ ନିଶ୍ୱାସୀ ହୋଇ ଥିବାରୁ ନା ଆଉ କିଛି ମୃତ୍ୟୁର କାରଣ ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରଥଟଣାରେ ଏକାଧୀକ ଭକ୍ତ ଆହାତ ହୋଇଛନ୍ତି । ସେମାନଙ୍କୁ ନିକଟ ଆଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୩୦୦ ରୁ ଅଧିକ ଭକ୍ତ ଅତ୍ୟଧିକ ଗରମ ଓ ଗୁଳୁଗୁଳିରେ ଆହାତ ହୋଇଛନ୍ତି ବୋଲି ଜଣା ପଡିଛି । ମୃତ ଶରୀରକୁ ଶବ ବ୍ୟବଛେଦ ପାଇଁ ଶବଗୃହରେ ରଖାଯିବ ।