ଦୁଇ ବାଇକକୁ ଧକ୍କା ଦେଇ ଡିଭାଇଡରକୁ ଚଢିଲା କାର, ଜଣେ ମୃତ, ଜଣେ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ବରର ରାଜଭବନ ଛକରେ ଶନିବାର ସନ୍ଧ୍ୟାରେ ଘଟି ଯାଇଛି ସିରିଜ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।  ଏକ ହୁଣ୍ଡାଇ କାର୍ ରଙ୍ଗ୍ ରୁଟ୍‌ରେ ଆସି ଦୁଇ ବାଇକକୁ ଧକ୍କା ଦେଇ ରାଜଭବନ ଗୋଲେଇ ଛକର ଡିଭାଇଡର ଉପରକୁ ଚଢିଯାଇଥିଲା । କାର୍ ବାଇକ୍ ଦୁଇଟିକୁ କିଛି ବାଟ ଘୋଷାଡ଼ି ନେଇଥିବା ବେଳେ ଗୋଟେ ବାଇକ କାର ତଳେ ଚାପି ହୋଇ ରହିଥିବା ଦେଖିବାକୁ ମିଳିଥିଲା ।  ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଅନ୍ୟ ଜଣେ ଗୁରୁତର ବାଇକ ଆରୋହୀଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । କାର୍ ଡ୍ରାଇଭର ଜଣଙ୍କ ମଦ୍ୟପାନ କରିଥିବା ଜଣାପଡ଼ିଛି ।

You might also like