ଅସ୍ଥି ବିସର୍ଜନ କରି ଘରକୁ ଫେରିବା ବାଟରେ ଘଟିଲା ଦୁର୍ଘଟଣା ,୧ ମୃତ ୫ ଗୁରୁତର

କନ୍ଧମାଳ : ସାରଙ୍ଗଗଡ ଅଞ୍ଚଳର ନିବାସୀ ହେଉଛନ୍ତି ସରୋଜ ତ୍ରିପାଠୀ । ସେ ଅସ୍ଥି ବିସର୍ଜନ କରିବା ପାଇଁ ଏକ କାର ଯୋଗେ ଅଯୋଧ୍ୟା ଯାଇଥିଲେ । କାମ ସାରି ସେ ଘରକୁ ଫେରିବା ସମୟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏକ ଆମ୍ବଗଛରେ ପିଟି ହୋଇଯାଇଥିଲା କାର । ଯାହା ଫଳରେ ଘଟଣା ସ୍ଥଳରେ ଚାଲିଗଲା ଜଣଙ୍କ ଜୀବନ । ୫ ଜଣ ଗୁରୁତର ହଲ୍ପିଟାଲରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ସୂଚନା ଅନୁସାରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଅସ୍ଥି ବିସର୍ଜନ କରି ଘରକୁ ଫେରୁଥିଲେ ଗୋଟିଏ ପରିବାର । ହେଲେ ଘରେ ପହଞ୍ଚିବା ପୂର୍ବରୁ ଅଧାରାସ୍ତାରେ ଏକ ଆମ୍ବଗଛରେ ପିଟିହେଲା କାର।ଆଉ ଚାଲିଗଲା ଜଣକ ଜୀବନ ।
ଅନ୍ୟ ୫ ଜଣ ମେଡ଼ିକାଲ୍ ବେଡରେ ଜୀବନ ସହ ସଂଘର୍ଷ କରୁଛନ୍ତି । ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି । କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଅଞ୍ଚଳର ସରୋଜ ତ୍ରିପାଠୀ ଏକ କାର୍ରେ ଅସ୍ଥି ବିସର୍ଜନ କରିବା ପାଇଁ ଅଯୋଧ୍ୟା ଯାଇଥିଲେ । ସାଥୀରେ ସରୋଜଙ୍କ ସହିତ ପରିବାରର ୫ ଜଣ ସଦସ୍ୟ ମଧ୍ୟ ଥିଲେ । ଅସ୍ଥି ବିସର୍ଜନ କରି ସେମାନେ ଆଜି ଘରକୁ ଫେରୁଥିଲେ । ହେଲେ କାର୍ଟି ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ତାକୁଡ଼ା ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଏକ ଆମ୍ବ ଗଛରେ ପିଟି ହୋଇଯାଇଥିଲା ସ୍ଥାନୀୟ ଲୋକ ଏନେଇ ପୋଲିସଙ୍କୁ ଖବର ଦେଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ସରୋଜଙ୍କ ବାପା ଗୌର ହରି ତ୍ରିପାଠୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଗୌରହରି ନିଜ ସ୍ତ୍ରୀ ଓ ଶାଶୁଙ୍କ ଅସ୍ଥି ବସର୍ଜନ କରି ଫେରଥିବାବେଳେ ମୃତ୍ୟୁବରଣ କରିଛନ୍ତି ।