ଅଧାରେ ରହିଲା ଜଗା ଦର୍ଶନ, ଦୁର୍ଘଟଣା ନେଲା ଜଣଙ୍କ ଜୀବନ

ଦଶପଲ୍ଲା : ଅଧାରେ ରହିଲା ଜଗା ଦର୍ଶନ । ଅଧା ରାସ୍ତାରେ ଘଟିଗଲା ଦୁର୍ଘଟଣା । ଖୁସିମନ ନେଇ କନ୍ଧମାଳ ଜିଲ୍ଲା ପିଅନପଡ଼ା ଅଞ୍ଚଳର ଲକ୍ଷ୍ମଣ ରେଡ୍ଡୀଙ୍କ ପରିବାର ଆଜି ଜଗା ଦର୍ଶନ ପାଇଁ ନିଜ ଗାଁରୁ ପୁରୀ ଅଭିମୁଖେ ଯାଉଥିଲେ । ସୂଚନା ଅନୁଯାୟୀ, ଆଜି କନ୍ଧମାଳ ଜିଲ୍ଲା ପିଅନପଡ଼ା ଅଞ୍ଚଳର ଲକ୍ଷ୍ମଣ ରେଡ୍ଡୀଙ୍କ ପରିବାର ଆଜି ଜଗା ଦର୍ଶନ ପାଇଁ ନିଜ ଗାଁରୁ ପୁରୀ ଅଭିମୁଖେ ଯାଉଥିଲେ ।
ଠିକ୍ ସେତିକିବେଳେ ଦଶପଲ୍ଲା ଥାନା ନେଳିଗୁଡ଼ା ନିକଟରେ ଥିବା ଏକ ସ୍କୁଲ ସମ୍ମୁଖରେ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ବିଭତ୍ସ ପ୍ରଧାନ ନାମକ ଜଣେ ବ୍ୟକ୍ତି ନିଜ ବାଇକ୍ ଧରି ରାସ୍ତା କଡ଼ରେ ଛିଡ଼ା ହୋଇଥିବାବେଳେ ବୋଲରଟି ଭାରସାମ୍ୟ ହରାଇ ପ୍ରଥମେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ କଡ଼ରେ ଓଲଟି ପଡିଥିଲା ।
ଖବର ପାଇ ସଙ୍ଗେସଙ୍ଗେ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଥିବା ବାଇକ୍ ଆରୋହୀ ଓ ବୋଲରରେ ଯାଇଥିବା ଯାତ୍ରୀଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ଗୁରୁତର ଥିବା ବାଇକ୍ ଆରୋହୀ ଜଣକୁ ମୃତ ଘୋଷଣା କରିଥିବା ବେଳେ ବୋଲରରେ ଯାଉଥିବା ଆହତ ଯାତ୍ରୀମାନଙ୍କୁ ଚିକିତ୍ସା କରୁଥିବା ଜଣାପଡ଼ିଛି ।