ବାତ୍ୟା ପରେ ପ୍ରାଥମିକ ରିପୋର୍ଟ; ସର୍ବାଧିକ କ୍ଷତି ରାଜକନିକା, ଆଳି ଓ ମହାକାଳପଡ଼ାରେ ହୋଇଛି

ଭୁବନେଶ୍ଵର: ବାତ୍ୟା ଛଡାଇନେଲା ବର୍ଷକର ଦାନା ପାଣି । ବାତ୍ୟା ପରେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ୧ ଲକ୍ଷ ୭୫ହଜାର ଏକର ଫସଲ କ୍ଷୟକ୍ଷତି ହୋଇଛି। କେନ୍ଦ୍ରାପଡ଼ାରେ ୨୩ ହଜାର, ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର, ବାଲେଶ୍ବରରେ ୩୧୪୦ ହେକ୍ଟର , ମୟୂରଭଞ୍ଜରେ ୨୩୮୧ , ଯାଜପୁରରେ ୨୭୦୯ ହେକ୍ଟର ଓ ଜଗତସିଂହପୁରରେ ୨୪୯୮ ଜମିରେ ଫସଲ ନଷ୍ଟ ହୋଇଛି ।
ସର୍ବାଧିକ କ୍ଷତି ରାଜକନିକା, ଆଳି ଓ ମହାକାଳପଡ଼ାରେ ହୋଇଛି। ବାସୁଦେବପୁର, ଚାନ୍ଦବାଲି ଓ ଭଣ୍ଡାରିପୋଖରିରେ ମଧ୍ୟ କ୍ଷତି ହୋଇଛି। ସର୍ଭେ ପରେ କ୍ଷୟକ୍ଷତିଜନିତ ଚୂଡ଼ାନ୍ତ ରିପୋର୍ଟ ଆସିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂହଦେଓ । ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଉପଯୁକ୍ତ ପଦକ୍ଷେପ ନେବେ ସରକାର। ବାତ୍ୟା ‘ଦାନା’ର ପ୍ରଭାବରେ ଫସଲ କ୍ଷୟକ୍ଷତି ନେଇ କୃଷି ଭବନରେ ସମୀକ୍ଷା କରିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ।