ଭୁବନେଶ୍ୱର : ନିଟ୍-ୟୁଜି ପେପର ଲିକ୍ ମାମଲାରେ ଆଉ ଜଣେ ଗିରଫ । ଭୁବନେଶ୍ୱରରୁ ସୁଶାନ୍ତ ସାମନ୍ତକୁ ଗିରଫ କରିଛି ସିବିଆଇ । ପ୍ରଶ୍ନପତ୍ର ବିତରଣରେ ସମ୍ପୃକ୍ତି ଅଭିଯୋଗରେ ଗିରଫ କରାଯାଇଛି । ସୁଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ। ମେଡିକାଲ ପ୍ରବେଶିକା ପରୀକ୍ଷା ମାମଲାରେ ଭୁବନେଶ୍ଵରରୁ ସୁଶାନ୍ତ କୁମାର ସାମନ୍ତ ନାମକ ଯୁବକଙ୍କୁ ଗିରଫ କରି ପାଟନା କୋର୍ଟରେ ହାଜର କରିଥିଲା ସିବିଆଇ। ନିଟ୍ ପ୍ରବେଶିକାର ପରୀକ୍ଷାର ପେପର ଯୋଗାଇବାରେ ସୁଶାନ୍ତର ହାତ ଥିବା କୁହାଯାଉଛି। ସୁଶାନ୍ତ କୁମାର ରାଉତ ନିଟ ପେପର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ବୋଲି ଜତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଗତ ସପ୍ତାହରେ ସୁଶାନ୍ତଙ୍କ ସମେତ କିଛି ସନ୍ଦିଗ୍ଧଙ୍କୁ ଜେରା କରିଥିଲା ସିବିଆଇ । ବର୍ତ୍ତମାନ ସିବିଆଇ ରିମାଣ୍ଡରେ ୫ ଅଭିଯୁକ୍ତ ଅଛନ୍ତି। ସୂଚନା ଥାଉକି ନିଟ୍ ପେପର ଲିକ ମାମଲାରେ ବର୍ତ୍ତମାନ ସୁଦ୍ଧା ସିବିଆଇ ୪୨ ଜଣଙ୍କୁ ଗିରଫ କରିସାରିଲାଣି। ଓଡ଼ିଶାକୁ ଏହି ମାମଲାରେ ୪ ଜଣ ଗିରଫ ହୋଇଛନ୍ତି।